www.samajalive.in
Sunday, December 7, 2025
14.1 C
Bhubaneswar

ପୁନର୍ଜନ୍ମ ନେବେକି ସିଦ୍ଧୁ ମୁସେୱାଲା: ୫୮ବର୍ଷରେ ଗର୍ଭବତୀ ଗାୟକଙ୍କ ମାଆ

ନୂଆଦିଲ୍ଲୀ: ପଞ୍ଜାବର ପ୍ରସିଦ୍ଧ ଗାୟକ ତଥା ରାପର ସିଦ୍ଧୁ ମୁସେୱାଲାଙ୍କ ଘରକୁ ଆସିବାକୁ ଯାଉଛି କୁନି ଅତିଥି। ସିଦ୍ଧୁଙ୍କ ମାଆ ଚରଣ କୌର ସିଂହ ଗର୍ଭବତୀ ଥିବା ଖବର ସାମ୍ନାକୁ ଆସିଛି। ହିଁ ଆପଣ ଏହା ଶୁଣିବା ପରେ ଆଶ୍ଚର୍ଯ୍ୟ ହେଉଥିବେ। ବାସ୍ତବରେ ଏହା ସତ୍ୟ। ୫୮ବର୍ଷ ବୟସରେ ମୁସେୱାଲାଙ୍କ ମା ଏକ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି। ମାର୍ଚ୍ଚ ମାସରେ ଶିଶୁ ଦୁନିଆକୁ ଆସିବ ବୋଲି ସୂଚନା ମିଳିଛି। ଏହା ଶୁଣିବା ପରେ ସିଦ୍ଧୁଙ୍କ ପ୍ରଶଂସକ ମାନେ ଆଶା କରୁଛନ୍ତି ଯେ ସିଦ୍ଧୁ ମୁସେୱାଲ ପୁନର୍ବାର ଜନ୍ମ ହେବେ। ଏହି ଖବର ପରେ ସିଦ୍ଧୁ ମୋସେୱାଲାଙ୍କ ପୁନର୍ଜନ୍ମର ହ୍ୟାସଟ୍ୟାଗ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁସାରେ, ସିଦ୍ଧୁ ମୁସେୱାଲାଙ୍କ ମାଆ ଆଇଭିଏଫ୍‍ ମାଧ୍ୟମରେ ସନ୍ତାନ ପ୍ରସବ କରିବାକୁ ଯାଉଛନ୍ତି। ସିଦ୍ଧୁ ତାଙ୍କ ପିତା ମାତାଙ୍କର ଏକମାତ୍ର ପୁତ୍ର ଥିଲେ। ତେଣୁ ସିଦ୍ଧୁଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଗୋଟିଏ ବୋଲି ଉତ୍ତରାଧିକାରୀକୁ ହରାଇ ମର୍ମହତ ଥିଲେ ପରିବାର ସଦସ୍ୟ। ଜଣେ ଉତ୍ତରାଧିକାରୀ ଆଶାରେ ପରିଶେଷରେ ଏଭଳି ନିଷ୍ପତି ନେଇଥିଲେ। ଆଇଭିଏଫ ପଦ୍ଧତି ସାହାଯ୍ୟରେ ସିଦ୍ଧୁଙ୍କ ମା ପୁଣି ଥରେ ଗର୍ଭବତୀ ହେବା ସହିତ ଖୁବଶୀଘ୍ର ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି।

- Advertisement -

 

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories