ଏମିତି ଆସେ ମୃତ୍ୟୁ: ୪ବର୍ଷ ପରେ ଘରକୁ ଫେରୁଥିଲା ଝିଅ, ଖୁସିରେ ବିମାନରେ ବସିବା ପରେ ହଠାତ …

ସମାଜ ଡିଜିଟାଲ ଡେସ୍କ: ସ୍ୱପ୍ନ ଦେଖିବା ଏବଂ ତାହାକୁ ପୂରଣ କରିବା ଦୁଇଟି ଭିନ୍ନ କଥା । ଜଣେ ଝିଅ ୪ବର୍ଷ ପରେ ନିଜ ଘରକୁ ଫେରିବାକୁ ସ୍ୱପ୍ନ ଦେଖୁଥିଲା । ତାର ସ୍ୱପ୍ନ ପୂରଣ ହେବାକୁ ଯାଉଥିବାରୁ ଖୁସିରେ ପାଗଳ ଭଳି ହେଉଥିଲା । ହେଲେ ଅଚାନକ କିଛି ଏଭଳି ଘଟଣା ଘଟିଲା ଯାହା ଫଳରେ ଝିଅଟିର ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା । ଅଷ୍ଟ୍ରେଲିଆର ମେଲବର୍ଣ୍ଣକୁ ପାଠ ପଢିବାକୁ ଯାଇଥିବା ବେଳେ ୪ବର୍ଷ ପରେ ପ୍ରଥମ ଥର ନିଜ ଘରକୁ ଫେରୁଥିଲା ଝିଅଟି । ହେଲେ ବିମାନରେ କିଛି ଏଭଳି ଘଟିଲା ଯାହା କେହି ବି କଳ୍ପନା କରିନଥିଲେ । ଭାରତୀୟ ଝିଅର ନାମ ମନପ୍ରୀତ କୌର । ମନପ୍ରୀତ ଜୁନ ୨୦ରେ ବିମାନ ଯୋଗେ ପଞ୍ଜାବକୁ ଆସିବାକୁ ଯାଉଥିଲେ । ସେ ନୂଆଦିଲ୍ଲୀ ଦେଇ ତାଙ୍କ ଘରକୁ ଫେରିବାର କାର୍ଯ୍ୟକ୍ରମ ରହିଥିଲା । ମନପ୍ରୀତ ବିମାନର ବସିବାର କିଛି ସମୟ ଭିତରେ ବିମାନଟି ଉଢାଣ ଭରିଥିଲା । ହେଲେ କିଛି ସମୟରେ କାଣ୍ଟାସ୍‍ ଆନ୍ତର୍ଜାତୀୟ ବିମାନରେ ତାଙ୍କର ମୃତ୍ୟୁ ହୋଇଥିଲା । ୪ବର୍ଷ ପରେ ମନପ୍ରୀତ ପ୍ରଥମ କରି ନିଜ ପରିବାରକୁ ଫେରୁଥିଲେ । ହେଲେ ବିମାନରେ ଚଢିବାର କିଛି ସମୟ ମଧ୍ୟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ଅଷ୍ଟ୍ରେଲିଆ ମିଡ଼ିଆ ରିପୋର୍ଟ ମୁତାବକ ୨୪ବର୍ଷୀୟା ମନପ୍ରୀତ ବିମାନରେ ବସିବା ପରେ ସିଟ୍‍ ବେଲ୍ଟ ବାନ୍ଧୁଥିଲେ । ସେତେବେଳେ ହଠାତ ତାଙ୍କର ନିଶ୍ୱାସ ପ୍ରଶ୍ୱାସ ବନ୍ଦ ହୋଇଯାଇଥିଲା । ମନପ୍ରୀତଙ୍କ ବନ୍ଧୁମାନଙ୍କ କହିବା କଥା ହେଲା ବିମାନ ବନ୍ଦରରେ ମନପ୍ରୀତ ପହଂଚିବା ବେଳେ ସମୂର୍ଣ୍ଣ ସୁସ୍ଥ ରହିଥିଲେ । ହେଲେ ବିମାନ ଚଢିବା ପରେ ହଠାତ ଏପରି ଘଟଣା ଘଟିଥିଲା । ବିମାନରେ ଥିବା କ୍ରୁ ମେମ୍ବର ମନପ୍ରୀତଙ୍କୁ ତୁରନ୍ତ ଚିକିତ୍ସା କରାଇବା ପାଇଁ ପ୍ରୟାସ କରିଥିଲେ ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ମେଡିକାଲ ରିପୋର୍ଟରେ କୁହାଯାଇଛି ଯେ ମନପ୍ରୀତ ଯକ୍ଷ୍ମା ରୋଗରେ ପୀଡିତ ଥିଲେ । ଏହା ଏକ ସଂକ୍ରାମକ ରୋଗ ହୋଇଥିବାରୁ ଫୁସଫୁସକୁ ପ୍ରଭାବିତ କରିଥାଏ । ଏହି ରୋଗରୁ ଉତ୍ପନ୍ନ କିଛି ସମସ୍ୟା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମନପ୍ରୀତ ଅଷ୍ଟ୍ରେଲିଆକୁ ୨୦୨୦ମସିହାରେ ମାଷ୍ଟର ସୈଫ୍‍ ହେବାକୁ ଅଧ୍ୟୟନ କରିବାକୁ ଯାଇଥିଲେ ।

 

Comments are closed.