ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ଜାଲାରିପେଣ୍ଠ ଗାଁ ଜଙ୍ଗଲ ପରିସରରୁ ଏକ ଝୁଲନ୍ତା ମୃତଦେହକୁ ପୁଲିସ ଉଦ୍ଧାର କରିଛି । ମୃତକ ଜଣକ ଜାଲାରିପେଣ୍ଠ ଗାଁର ବି.ରାଙ୍ଗାରାଓ ବୋଲି ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ ମୃତକ ରାଙ୍ଗାରାଓ ବେରୋଜଗାରିଆ ରହିଥିବା ସହ ଅନେକ ବାକି କରିଥିଲେ। ଏବଂ ଅନେକ ସମୟରେ ମାନସିକ ଅବସାଦରେ ରହି ଆସୁଥିଲେ। ଆଜି ସକାଳ ସାଢେ଼ ଟା ବେଳେ ରାଙ୍ଗାରାଓଙ୍କୁ ଦଉଡ଼ିରେ ଏକ ଗଛରେ ଝୁଲୁଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ /୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବକୁ ଜବତ କରିଥିଲା। ଜବତ ମୃତଦେହକୁ ବ୍ୟବଛେଦ କରାଯିବା ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବା ସହ ତଦନ୍ତ ଚଳାଇଛି ପୁଲିସ ।

Comments are closed.