www.samajalive.in
Sunday, December 14, 2025
14.1 C
Bhubaneswar

ଦେଓଗାଁ ରେଞ୍ଜରେ ବନାଗ୍ନି ପ୍ରତିରୋଧ ସଚେତନତା ଶିବିର

ଦେଓଗାଁ: ଦେଓଗାଁ ବନାଞ୍ଚଳ କାର୍ଯ୍ୟାଳୟର ସଭା ଗୃହଠାରେ ରବିବାର ବନାଗ୍ନି ପ୍ରତିରୋଧ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଦେଓଗାଁ ରେଞ୍ଜର ଯୁଧିଷ୍ଠିର ଜାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ସଚେତନତା ସଭାରେ ଦେଓଗାଁ ବିଡିଓ କ୍ଷମାନିଧି ଭୋଇ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ଅବସର ପ୍ରାପ୍ତ ରେଞ୍ଜର ରଘୁନାଥ ପାଢ଼ୀ, ଦେଓଗାଁ ସମିତି ମୀନା କୁମାରୀ ସା ଯୋଗ ଦେଇଥିଲେ। କୁଡ଼ାସିଂହା, ଗୁଡିଭେଳା ଓ ଦେଓଗାଁ ଫରେଷ୍ଟ ସେକ୍ସନ ଅଧୀନରେ ଥିବା ୯ଟି ବିଟ୍‌ ଠାରେ ୪ ଜଣ ଗାର୍ଡ ରହିଛନ୍ତି। ଏହି ୩ ସେକ୍ସନରେ ୧୦ ଜଣ ପାରାଫରେଷ୍ଟ କର୍ମଚାରୀ ଥିବା ବେଳେ ନିଆଁ ଲିଭାଇବା ପାଇଁ ୧୦ ଜଣ କର୍ମଚାରୀ ରହିଛନ୍ତି। ଯେତିକି ପରିମାଣରେ କର୍ମଚାରୀ ରହିବା କଥା ସେତିକି ରହି ନଥିବାରୁ ଜଙ୍ଗଲ ନିଆଁକୁ ଆୟତ୍ତ କରିହେଉ ନାହିଁ ବୋଲି କର୍ମଚାରୀମାନେ କହିଥିଲେ।

ଅନ୍ୟପକ୍ଷରେ ଝାଡୁ, କେନ୍ଦୁପତ୍ର ଗୋଛା କଟା, ମହୁଲ ପାଇଁ ପତ୍ର ପୋଡ଼ାରେ ଅଧିକ ପରିମାଣରେ ନିଆଁ ଲାଗୁଛି। ଏହା ଦ୍ୱାରା ଯେମିତି ନିଆଁ ନ ଲାଗିବ ସେଥିପାଇଁ ବନ ସୁରକ୍ଷା ସମିତିକୁ ନେଇ ଆଲୋଚନା କରିବା ପରେ ଗାଁରେ ସଚେତନ କରିବାକୁ ଅତିଥିମାନେ ମତ ପ୍ରକାଶ କରିଥିଲେ। ଆଜିର ଏହି ସଚେତନ କାର୍ଯ୍ୟକ୍ରମରେ ଦେଓଗାଁ ଫରେଷ୍ଟର ବ୍ୟାସଦେବ ସାହୁ, ଗୁଡଭେଲା ଫରେଷ୍ଟର ମଧୁସୂଦନ ଚାନ୍ଦ, କୁଡ଼ାସିଂହା ଫରେଷ୍ଟର ହରିହର ସ୍ୱାଇଁଙ୍କ ସହ ଅଗ୍ନିଶମ, କେନ୍ଦୁପତ୍ର ବିଭାଗ ଓ ଜଙ୍ଗଲ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories