www.samajalive.in
Friday, December 12, 2025
15.1 C
Bhubaneswar

ବାଣ କାରଖାନାରେ ବିସ୍ଫୋରଣ, ୭ ମୃତ

କୌଶାମ୍ବି : କୌଶାମ୍ବିରେ ରବିବାର ଏକ ବାଣ କାରଖାନାରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଛି । ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । କାରଖାନାରେ ୧୩ ଜଣ ଫସି ରହିଥିବା ସୂଚନା ମିଳିଛି ।

କାରଖାନା ଭିତରେ ୨୪ ଜଣ କାମ କରୁଥିଲେ । ବିସ୍ଫୋରଣ ଅତି ଭୟାନକ ଥିଲା । ପୋଲିସକୁ କାରଖାନାର ୫୦୦ ମିଟର ଦୂରରେ ଶ୍ରମିକଙ୍କ ଖଣ୍ଡ ବିଖଣ୍ଡିତ ଶରୀର ମିଳିଛି । ଏହାର ଭୟାବହତା ଏଥିରୁ ଅନୁମାନ କରିହେବ । ଏହି ଦୁର୍ଘଟଣାରେ ଆଖ ପାଖରେ ଥିବା ଘର ଉପରେ ମଧ୍ୟ ପ୍ରଭାବ ପଡିଛି । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

- Advertisement -

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ ଅଚାନକ ଜୋରରେ ଏକ ଶବ୍ଦ ଶୁଭିଲା । ପ୍ରଥମେ ସମସ୍ତେ ଘଡଘଡି ମାରିଲା ବୋଲି ଅନୁମାନ କଲେ । କିନ୍ତୁ ପରେ ବାହାର ଧୁଆଁ ନଜର ଆସିଲା । କାରଖାନାରେ ନିଆଁ ନଜର ଆସିଲା । ୧୫ ଜଣ ଶ୍ରମିକ ଉପରେ ଉଡି ବହୁତ ଦୂରରେ ଆସି ପଡିବାର ଦେଖିଥିବା କହୁଛନ୍ତି କିଛି ପ୍ରତ୍ୟେକ୍ଷଦର୍ଶୀ । କାରଖାନାରେ ରାସାୟନିକ ପଦାର୍ଥ ପ୍ରଚୁର ମାତ୍ରାରେ ଥିଲା । ଏହି କାରଣରୁ ଅଗ୍ନି ଭୟାନକ ରୂପ ନେଇଛି ବୋଲି ଅନୁମାନ କରାଯାଉଛି । କାମ କରୁଥିବା ଅନ୍ୟ ଶ୍ରମିକଙ୍କୁ ଆଖପାଖରେ ଖୋଜାଯାଉଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories