www.samajalive.in
Friday, December 12, 2025
15.1 C
Bhubaneswar

ଗଞ୍ଜାମ ଏନଏସି ମିନି ଷ୍ଟାଡିୟମରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଗଞ୍ଜାମ : ଗଞ୍ଜାମ ସହର ମଧ୍ୟରେ ଥିବା ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମ ଭିତରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଷ୍ଟାଡିୟମର ମୁଖ୍ୟ ଫାଟକର ପଶ୍ଚିମ ପାର୍ଶ୍ୱରେ ଏବଂ ମୁଖ୍ୟ ଫାଟକର ପୂର୍ବ ପାର୍ଶ୍ୱର କିଛି ଦୂରରେ କୁଢ଼ କୁଢ଼ ଅଳିଆ ଗଦା ହୋଇଥିବା ଦେଖିବାକୁ ମିଳୁଛି। ଏହି ଅବସ୍ଥାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗତ କିଛିଦିନ ତଳେ ଗଞ୍ଜାମ ଏନଏସିକୁ ଆବର୍ଜନା ମୁକ୍ତ ସହରର ମାନ୍ୟତା ମିଳିଥିବା ବେଳେ ଷ୍ଟାଡିୟମର ଏଭଳି ଅବସ୍ଥା ଦେଖିଲେ ମାନ୍ୟତାର ଯଥାର୍ଥ କେତେଦୂର ସମିଚୀନ ତାହା ସ୍ପଷ୍ଟ ଅନୁମେୟ।

ସୂଚନା ଅନୁସାରେ, ପ୍ରତ୍ୟହ ସାନ୍ଧ୍ୟ ଓ ପ୍ରାତ ଭ୍ରମଣ ସହ ବ୍ୟାୟାମ ପାଇଁ ସହରର ଯୁବ ଗୋଷ୍ଠି ଓ ବରିଷ୍ଠ ନାଗରିକ ଏହି ଷ୍ଟାଏଡିୟମକୁ ଆସନ୍ତି। ଏହା ସହିତ ଭାରତୀ ବିଦ୍ୟାପୀଠର ଛାତ୍ରମାନେ ମଧ୍ୟ ଏହି ଖେଳ ପଡିଆରେ ଖେଳକୁଦ କରିଥାନ୍ତି। ଏପରିକି ବ୍ଲକସ୍ତରୀୟ ଯେକୌଣସି ଖେଳ କୁଦ କିମ୍ବା ସରକାରୀ କାର୍ଯ୍ୟକ୍ରମ ପାଇଁ ଏହି ଷ୍ଟାଡିୟମକୁ ସମସ୍ତେ ବାଛିଥା’ନ୍ତି। କିନ୍ତୁ ଏଭଳି ପରିତ୍ୟକ୍ତ ଅବସ୍ଥାରେ ରହିଛି ଷ୍ଟାଡିୟମ, ଯାହାର ପରିବେଶ ଅସ୍ୱାସ୍ଥ୍ୟକର ହୋଇପଡ଼ିଛି। ସହରର ଏକମାତ୍ର ଷ୍ଟାଡିୟମର ଏଭଳି ଅବସ୍ଥା ଦେଖି ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଉଛି।

- Advertisement -

ପ୍ରକାଶଯୋଗ୍ୟ ଯେ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ଵଚ୍ଛତା ଓ ପରିମଳକୁ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏଥିପାଇଁ ଲୋକଙ୍କୁ ସଚେତନ ପାଇଁ ମଧ୍ୟ୍ୟ ଅନେକ କାର୍ଯ୍ୟକ୍ରମ ହେଉଛି। କିନ୍ତୁ ଗଞ୍ଜାମ ଏନଏସିରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସ୍ଵଚ୍ଛ ସର୍ବେକ୍ଷଣ ପାଇଁ ଜାତୀୟସ୍ତରରେ ଗଞ୍ଜାମ ଏନଏସି କିଛିଦିନ ତଳେ ପୁରସ୍କୃତ ହୋଇଥିଲା। କିନ୍ତୁ ସ୍ଵଚ୍ଛତା କ୍ଷେତ୍ରରେ ବର୍ତ୍ତମାନ ଗଞ୍ଜାମ ଏନଏସି ଦିଗହରା ହୋଇଥିବା ନେଇ ସାଧାରଣରେ ଆଲୋଚନା ହେଉଛି। ମୁଖ୍ୟତଃ ଭାବେ ନିର୍ବାଚିତ ଜନ ପ୍ରତିନିଧିଙ୍କ ଇଚ୍ଛା ଶକ୍ତିର ଅଭାବ ଓ ଏନଏସି ପ୍ରଶାସନର ଆନ୍ତରିକତା ନଥିବା ଏଥିରୁ ଜଣାପଡୁଛି। ଏଣୁ ଜିଲା ପ୍ରଶାସନ ଗଞ୍ଜାମ ଏନଏସିର ପରିମଳ ବ୍ୟବସ୍ଥା ସ୍ଵଚ୍ଛତା କିଭଳି ରହିବ ଏଥିପ୍ରତି ଦୃଷ୍ଟିଦେବାକୁ ବିଭିନ୍ନ ମହଲରୁ ଦାବୀ ହେଉଛି। ଏନେଇ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ କହନ୍ତି, ପୂର୍ବରୁ ଷ୍ଟାଡିୟମଟି କ୍ରୀଡା ବିଭାଗ ଅଧୀନରେ ଥିଲା, ବର୍ତ୍ତମାନ ଆର ଆଣ୍ଡ ବି ବିଭାଗ ଦାୟିତ୍ୱରେ ରହିଛି। ଆମକୁ ଦାୟିତ୍ୱ ନ୍ୟସ୍ତ କରାଯାଇନଥିବା ସେ ସୂଚନା ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories