www.samajalive.in
Thursday, December 11, 2025
13.1 C
Bhubaneswar

ନିର୍ବାଚନ ଆୟୋଗଙ୍କ ଆଦେଶ କାର୍ଯ୍ୟକାରୀ ହେବ ତ; ୩ ବର୍ଷରୁ ଊର୍ଦ୍ଧ୍ବ ଅଧିକାରୀଙ୍କୁ ବଦଳି କେବେ ?

କେନ୍ଦୁଝରଗଡ଼: ଆଗକୁ ଲୋକସଭା ଓ ୪ ରାଜ୍ୟର ବିଧାନସଭା ନିର୍ବାଚନ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ନିର୍ବାଚନ ପରିଚାଳନାକୁ ସ୍ୱଛ, ଅବାଧ ଓ ମୁକ୍ତ ନିମନ୍ତେ ୩ବର୍ଷରୁ ଊର୍ଦ୍ଧ୍ବ ସମୟଧରି ଲୋକସଭା ନିର୍ବାଚନ ମଣ୍ଡଳୀ ଅଧିନରେ କାର୍ଯ୍ୟରତ ଅଧିକାରୀଙ୍କୁ ବଦଳି ପାଇଁ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନିକ ମୁଖ୍ୟଙ୍କୁ ବାରମ୍ବାର ତାଗିଦ୍‌‌ କରାଯାଉଛି। ଏହିକ୍ରମରେ ବହୁ ଅଧିକାରୀଙ୍କ ବଦଳି ଆଦେଶ ହୋଇଥିବା ବେଳେ କେତେକ ଅଧିକାରୀ ୩ବର୍ଷରୁ ଊର୍ଦ୍ଧ୍ବ ସମୟଧରି ଲୋକସଭା ନିର୍ବାଚନମଣ୍ଡଳୀ ଅଧିନରେ କାର୍ଯ୍ୟରତ ଥିବା ସହ କେତେକ ଅଧିକାରୀ ନିଜ ନିର୍ବାଚନମଣ୍ଡଳୀର ଅଧିବାସୀ ହୋଇଥିଲେ ମଧ୍ୟ ଏମାନଙ୍କୁ ବଦଳି କରାଯାଉ ନଥିବାରୁ ନିର୍ବାଚନ ପରିଚାଳନାରେ ସ୍ୱଛତା ନେଇ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର ସନ୍ଦେହ ପ୍ରକଟ କରିଛନ୍ତି। ଏଥିସହ ଏଭଳି ଅଧିକାରୀଙ୍କୁ ଚିହ୍ନଟ କରି ତୁରନ୍ତ ଲୋକସଭା ନିର୍ବାଚନମଣ୍ଡଳୀ ବାହାରକୁ ବଦଳି କରିବାକୁ ଦାବି କରିଛନ୍ତି। ଭାରତୀୟ ନିର୍ବାଚନ ଆୟୋଗ ଯୁଗ୍ମନିର୍ଦ୍ଦେଶକ(ମିଡିଆ) ଅନୁଜ ଚନ୍ଦକଙ୍କ ଚିଠି ନଂ ଇସିଆଇ/ପିଏନ୍‌‌/୧୫/୨୦୨୪ ତା ୨୪/୦୨/୨୦୨୪ରିଖ ଅନୁଯାୟୀ ଯେଉଁ ଅଧିକାରୀ ଲୋକସଭା ନିର୍ବାଚନମଣ୍ଡଳୀ ଅଧିନରେ ୩ବର୍ଷରୁ ଊର୍ଦ୍ଧ୍ବ କାର୍ଯ୍ୟରତ ଥିବେ ଏବଂ ଯଦି ନିଜ ଲୋକସଭା ନିର୍ବାଚନମଣ୍ଡଳୀ ବାସିନ୍ଦା ହୋଇଥାନ୍ତି ତେବେ ସେହି ଅଧିକାରୀମାନଙ୍କୁ ତୁରନ୍ତ ଲୋକସଭା ନିର୍ବାଚନମଣ୍ଡଳୀ ବାହାରକୁ ବଦଳି କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଶାସନିକ ମୁଖ୍ୟଙ୍କୁ ଚିଠି ଲେଖିଥିବା ପ୍ରେସ୍‌‌ ବାର୍ତ୍ତା ଯୋଗେ ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କେନ୍ଦୁଝରର ପ୍ରକଳ୍ପ ପ୍ରଶାସକ, ଜିଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜନୈକ ଡେପୁଟି କଲେକ୍ଟର, କେନ୍ଦୁଝର ଉପଜିଲାପାଳ ଭାବେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ପରେ ଜିଲା ମୋହ ଛାଡୁନଥିବା ଅଧିକାରୀ ନିକଟରେ ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପ୍ରଶାସନିକ ଅଧିକାରୀ ଭାବେ ଯୋଗ ଦେଇଥିବା ଏହି ୩ ଅଧିକାରୀ ଜିଲାରେ ଦୀର୍ଘ ୫ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି କାର୍ଯ୍ୟରତ।  ଏମାନଙ୍କୁ ତୁରନ୍ତ କେନ୍ଦୁଝର ଲୋକସଭା ନିର୍ବାଚନମଣ୍ଡଳୀ ବହାରକୁ ବଦଳି ପାଇଁ ଶ୍ରୀ ମିଶ୍ର ଦାବି କରିଛନ୍ତି। ଏଥିସହ ଜିଲା ଉପନିବନ୍ଧକ ଅଧିକାରୀ ତଥା ଡେପୁଟି କଲେକ୍ଟର, କେନ୍ଦୁଝର ଲୋକସଭା ନିର୍ବାଚନମଣ୍ଡଳୀକ୍ଷେତ୍ର ଅଧିନ ପଡୋଶୀ ମୟୁରଭଞ୍ଜ ଜିଲା କରଞ୍ଜିଆ ତହସିଲଦାର ଏବଂ ଜିଲା ମଙ୍ଗଳ ଅଧିକାରୀ ମଧ୍ୟ କେନ୍ଦୁଝର ଜିଲାର ଅଧିବାସୀ ହୋଇଥିବାରୁ ନିର୍ବାଚନ ପରିଚାଳନାକୁ ସ୍ୱଛ, ଅବାଧ ଓ ମୁକ୍ତ କରିବାକୁ ହେଲେ ଏହି ୩ ଅଧିକାରୀଙ୍କୁ ମଧ୍ୟ ତୁରନ୍ତ ଲୋକସଭା ନିର୍ବାଚନମଣ୍ଡଳୀ ବାହାରକୁ ବଦଳି କରାଯିବା ଆବଶ୍ୟକ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories