www.samajalive.in
Saturday, December 6, 2025
15.1 C
Bhubaneswar

ବୌଦ୍ଧଗଡ଼ ଏନଏସିକୁ ମ୍ୟୁନସିପାଲଟି ଘୋଷଣା ପରେ ସହରରେ ଉତ୍ସବର ମାହୋଲ

ବୌଦ୍ଧ: ବୌଦ୍ଧବାସୀଙ୍କ ଦୀର୍ଘ ଦିନର ଦାବୀ ରାଜ୍ୟ ସରକାର ପୂରଣ କରିବା ପରେ ଜିଲାରେ ଆନନ୍ଦ ଖେଳିଯାଇଛି। ୧୯୬୧ରୁ ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ୟତା ପାଇଥିଲେ ମଧ୍ୟ ବୌଦ୍ଧକୁ ପୌରପରିଷଦ ଘୋଷଣା କରିବାକୁ ଦୀର୍ଘଦିନରୁ ସହରର ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଆସୁଥିଲା। ବର୍ତ୍ତମାନ ବୌଦ୍ଧ ଏନଏସି ୧୭ ଗୋଟି ୱାଡକୁ ନେଇ ଗଠିତ। ମ୍ୟୁନିସିପାଲଟି ଘୋଷଣା ପରେ ନିକଟସ୍ଥ କିଛି ଗ୍ରାମ ଏଥିରେ ସାମିଲ ହୋଇ ସହରାଞ୍ଚଳ ବିକାଶ ପ୍ରକ୍ରିୟାରେ ସାମିଲ ହେବେ। ଦୀର୍ଘ ବର୍ଷ ପରେ ରାଜ୍ୟ ସରକାର ମ୍ୟୁନସିପାଲଟି ଘୋଷଣା କରିବା ପରେ ପୁରା ବୌଦ୍ଧ ସହରରେ ଖୁସିର ଲହରୀ ଖେଳିଯାଇଛି। ନଗରପାଳ ମୃତ୍ୟୁଞ୍ଜୟ ମିଶ୍ରଙ୍କ ନେତୃତ୍ୱରେ ସମସ୍ତ ୱାର୍ଡସଭ୍ୟ ସଭ୍ୟା ଓ ଯୁବଛାତ୍ରମାନେ ପୌର ପରିଷଦ କାର୍ଯ୍ୟାଳୟରେ ଉତ୍ସବ ପାଳନ ଓ ମିଠା ବଣ୍ଟନ କରିବା ସହିତ ରାଜ୍ୟ ସରକାର ବୌଦ୍ଧବାସୀଙ୍କୁ ମ୍ୟୁନସପାଲିଟି ମାନ୍ୟତା ପ୍ରଦାନ କରିଥିବାରୁ ଏକ ଶୋଭାଯାତ୍ରାରେ ଗାନ୍ଧୀଛକକୁ ଯାଇ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories