ସୁଦର୍ଶନ ସେତୁର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଲୋକାର୍ପିତ ହୋଇଛି ଦେଶର ସବୁଠାରୁ ବଡ କେବୁଲ ବ୍ରିଜ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି(ରବିବାର) ଦେଶବାସୀଙ୍କ ପାଇଁ ଗୁଜୁରାଟର ଦ୍ବାରକାରେ ସୁଦର୍ଶନ ସେତୁର ଉଦଘାଟନ କରିଛନ୍ତି। ଏହା ମୋଦୀଙ୍କର ଡ୍ରିମ୍ ପ୍ରୋଜେକ୍ଟ ମଧ୍ୟରୁ ଅନ୍ୟତନ। ଗୁଜୁରାଟର ଓଖା ମେନ୍ ଲ୍ୟାଣ୍ଡରୁ ବେଟ୍ ଦ୍ବାରକା ଦ୍ବୀପକୁ ସଂଯୋଗ କରିବ। ପ୍ରାୟ ଅଢେଇ କିଲୋମିଟର ଏହି ପୋଲ ପାଇଁ ପ୍ରାୟ ୯୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୭ ମସିହାରେ ଏହି ପୋଲର ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀ। ୭ ବର୍ଷ ପରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏହି ପୋଲଟି ପୁରାତନ ଓ ଆଧୁନିକ ଦ୍ବାରକାକୁ ପରସ୍ପର ସହ ସଂଯୋଗ କରିବ। ଦ୍ବାରକା ଜିଲ୍ଳାର ୨୧ଟି ଭୂଖଣ୍ଡ ରହିଥିବାବେଳେ ବେଟ୍ ଦ୍ବାରକା ଦ୍ବୀପରେ ଜନ ବସତି ରହିଛି । ଏବଂ ଏଠାରେ ୧୨ ହଜାର ଲୋକ ବାସ କରନ୍ତି। କିମ୍ବଦନ୍ତୀ ଅନୁଯାୟୀ ଭଗବାନ୍ ଶ୍ରୀକୃଷ୍ଣ ବେଟ୍ ଦ୍ବାରକାରେ ରହୁଥିଲେ। ଶ୍ରୀକୃଷ୍ଣଙ୍କ ଭୁମିକାରେ ଏହି ପୋଲ ନିର୍ମାଣ କରାଯାଇଥିବାରୁ ଏହାକୁ ସୁଦର୍ଶନ ସେତୁ ଭାବରେ ନାମକରଣ କରାଯାଇଛି।

Comments are closed.