www.samajalive.in
Saturday, December 6, 2025
15.1 C
Bhubaneswar

କାର ଦୁର୍ଘଟଣାରେ ବିଧାୟିକାଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: କାର ଦୁର୍ଘଟଣାରେ ବିଧାୟିକାଙ୍କ ମୃତ୍ୟୁ ହୋଇଛି । ହାଇଦ୍ରାବାଦରେ ବିଆରଏସ ବିଧାୟିକା ଜି.ଲାସ୍ୟା ନନ୍ଦିତାଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଶୁକ୍ରବାର ସକାଳେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା ବିଧାୟିକାଙ୍କ କାର । ଗୁରୁତର ଅବସ୍ଥାରେ ବିଧାୟିକା ଓ ତାଙ୍କ ଡ୍ରାଇଭରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ବିଧାୟିକାଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କ ଚିକିତ୍ସା ଚାଲିଛି । ମାତ୍ର ୩୭ବର୍ଷ ବୟସରେ ବିଧାୟିକାଙ୍କ ଅକାଳ ମୃତ୍ୟୁରେ ଭାଙ୍ଗିପଡିଛନ୍ତି ପରିବାର ସଦସ୍ୟ ।

୧୯୮୬ ମସିହାରେ ହାଇଦ୍ରାବାଦରେ ଜନ୍ମ ହୋଇଥିଲେ ଜି.ଲାସ୍ୟା ନନ୍ଦିତା । ୨୦୧୬ରେ କାଭାଡିଗୁଡାର କର୍ପୋରେଟର ଭାବେ କାମ କରିବା ପରେ ୨୦୨୩ ତେଲାଙ୍ଗାନା ବିଧାନସଭା ନିର୍ବାଚନରେ ସିକନ୍ଦରାବାଦ କ୍ୟାଣ୍ଟନମେଣ୍ଟରୁ ପ୍ରଥମ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ଲାସ୍ୟା ନନ୍ଦିତା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories