www.samajalive.in
Sunday, December 14, 2025
14.1 C
Bhubaneswar

୧୦୦ ବର୍ଷ ବଞ୍ଚନ୍ତି ଏହି ୫ଟି ସ୍ଥାନର ଲୋକ; ସେମାନଙ୍କୁ କେବେ ହୋଇନଥାଏ କୌଣସି ରୋଗ

ସମାଜ ଡିଜିଟାଲ ଡେସ୍କ: ପୃଥିବୀ ପୃଷ୍ଟରେ କିଛି ଏଭଳି ଲୋକ ଅଛନ୍ତି ଯେଉଁମାନେ ଅଧିକ ଦିନ ଜୀବତ ରୁହନ୍ତି ଏବଂ କେହି କେହି କମ ଦିନ। କିଛି ଲୋକ ମାନେ ୧୦୦ ବର୍ଷରୁ ଅଧିକ ବୟସ ଧରି ଜୀବିତ ରହିଥାନ୍ତି। ତଥ୍ୟ ଅନୁଯାୟୀ ୧୦୦ ବର୍ଷ ପର୍ଯ୍ୟନ୍ତ ଜୀବିତ ରୁହନ୍ତି ଏହି ୫ଟି ସ୍ଥାନର ଲୋକ। ପୃଥିବୀର ଏହି ଅଂଚଳରେ ୧୦୦ ବର୍ଷରୁ ଅଧିକ ଏବଂ ସ୍ୱାସ୍ଥ୍ୟକର ଲୋକ ବାସ କରୁଥିବାରୁ ତାହା ବ୍ଲ୍ୟୁ ଜୋନ୍‍ ନାମରେ ଜଣାଶୁଣା। ଯଦିଓ ସେମାନଙ୍କର ଜୀବନଶୈଳୀ ସାମାନ୍ୟ ଭିନ୍ନ, ସେମାନେ ପ୍ରାୟତଃ ଶାକାହାରୀ ହୋଇଥିବାରୁ ସେମାନଙ୍କୁ କୌଣସି ରୋଗ ମଧ୍ୟ ହୋଇନଥାଏ। ଚାଲନ୍ତୁ ଜାଣିବା ଏହି ୫ଟି ସ୍ଥାନ ବିଷୟରେ …

ଇକାରିଆ(ଗ୍ରୀସ୍‍): ଇକାରିଆ ହେଉଛି ଗ୍ରୀସର ଏକ ଦ୍ୱୀପ ଯେଉଁଠାରେ ଲୋକମାନେ ସତେଜ ପନିପରିବା, ପ୍ରଚୁର ପରିମାଣରେ ଫଳ, ଆଳୁ, ଅଲିଭ ତେଲ, ରେଡ ୱାଇନ୍‍ ଏବଂ ଘରୋଇ ପନିବରିବାରେ ଭରପୂର ଖାଦ୍ୟ ଖାଇଥାନ୍ତି। ଏଠାରେ ୩ଜଣରେ ଜଣେ ବ୍ୟକ୍ତି ୯୦ ବର୍ଷରୁ ଅଧିକ ବୟସ ପର୍ଯ୍ୟନ୍ତ ଜୀବିତ ରହିଥାନ୍ତି।

- Advertisement -

ସାର୍ଡିନିୟା (ଇଟାଲୀ): ସାର୍ଡିନିୟା ଅଂଚଳରେ ୧୦୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ବାସ କରନ୍ତି। ସେମାନେ ପାର୍ବତ୍ୟ ଅଂଚଳରେ ବାସ କରନ୍ତି, ଯେଉଁଠାରେ ସେମାନେ ସାଧାରଣତଃ ଚାଷ ଜମିରେ କାମ କରନ୍ତି ଏବଂ ରେଡ ୱାଇନ୍‍ ପିଅନ୍ତି। ଏଠାକାର ଲୋକମାନେ ଅଧିକାଂଶ ସମୟ ପରିବାର ସହିତ ବିତାଇଥାନ୍ତି।

ଔକିନାୱା (ଜାପାନ): ଔକିନାୱା ଦୁନିଆର ସର୍ବ ପୁରାତନ ମହିଳାମାନଙ୍କ ଘର। ଏଠାରେ ମହିଳା ମାନେ ୧୦୦ ବର୍ଷରୁ ଅଧିନ ବର୍ଷ ଜୀବିତ ରହିଥାନ୍ତି। ସେମାନେ ସୋୟା ଭିତ୍ତିକ ଖାଦ୍ୟ ଖାଇବା ସହ ପ୍ରତିଦିନ ବ୍ୟାୟାମ କରିଥାନ୍ତି।

ନିକୋୟା (କୋଷ୍ଟାରିକା): ଏଠାରେ ରହୁଥିବା ଲୋକମାନେ ଡାଏଟରେ ଟ୍ରପିକଲ ଫୁଡ୍ସ ଖାଇବାକୁ ଭଲ ପାଆନ୍ତି। ଏହି ଅଂଚଳର ଲୋକମାନେ ୯୦ବର୍ଷ ପର୍ଯ୍ୟନ୍ତ ଶାରୀରିକ କାର୍ଯ୍ୟ କରନ୍ତି ଏବଂ ଜୀବନର ଉଦ୍ଦେଶ୍ୟକୁ ଅନୁଭବ କରନ୍ତି।

ଲୀମା ଲିଂଣ୍ଡା (କାଲିଫର୍ଣ୍ଣିୟା): ଆମେରିକାର ଏହା ହେଉଛି ଏକ ମାତ୍ର ବ୍ଲ୍ୟୁ ଜୋନ୍‍ ଅଂଚଳ। ଆମେରିକାବାସୀଙ୍କ ଅପେକ୍ଷା ଏଠାକାର ଲୋକ ଅଧିକ ୧୦ବର୍ଷ ଜୀବତି ରହିଥାନ୍ତି। ଏମାନେ ପ୍ରତ୍ୟେକ ଦିନ ସୁଦ୍ଧ ଶାକାହାରୀ ଖାଦ୍ୟ ଖାଅନ୍ତି ଏବଂ ସବୁଜ ପନିପରିବା ଓ ଡ୍ରାଏ ଫ୍ରୁଡ୍ସ ଖାଇବାକୁ ପସନ୍ଦ କରିଥାନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories