www.samajalive.in
Friday, December 5, 2025
23.1 C
Bhubaneswar

ବ୍ରହ୍ମପୁରରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶ; ରାଜନାଥ କହିଲେ ମୋଦୀଙ୍କ ଫୋକସରେ ଓଡ଼ିଶା

ବ୍ରହ୍ମପୁର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଦକ୍ଷିଣ ଓଡ଼ିଶାରେ ଶକ୍ତି ପ୍ରଦର୍ଶନ କରିଛି ବିଜେପି। ୨୦୨୪ ନିର୍ବାଚନ ପୂର୍ବରୁ ବ୍ରହ୍ମପୁରରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ବ୍ରହ୍ମପୁରର ଆମ୍ବପୁଆଠାରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଦଳୀୟ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ରାଜନାଥ। ପ୍ରଧାନମନ୍ତ୍ରୀ ଏଥର ୪ଶହରୁ ଅଧିକ ସିଟ୍‍ ଆସିବ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଲକ୍ଷ୍ୟକୁ ପୂରଣ କରିବା ଆମର ଦାୟିତ୍ୱ ଏବଂ ଏହାକୁ ପୂରଣ କରିବାରେ କେହି ଅଟକାଇ ପାରିବେନି। ୨୦୧୪ ଓ ୨୦୧୯ ଠାରୁ ଏଥର କର୍ମୀଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖିବାକୁ ମିଳିଛି। ମୋଦୀଙ୍କ ଫୋକସରେ ଓଡ଼ିଶା ରହିଛି। ୟୁପିଏ ସରକାର ୧୦ବର୍ଷରେ ଓଡ଼ିଶାକୁ ୩ଲକ୍ଷ କୋଟି ଦେଇଥିବା ବେଳେ ୯ବର୍ଷରେ ମୋଦୀ ଓଡ଼ିଶାକୁ ୧୮ଲକ୍ଷ କୋଟି ଦେଇଛନ୍ତି।

Hot this week

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

Related Articles

Popular Categories