www.samajalive.in
Friday, December 5, 2025
20.1 C
Bhubaneswar

ପ୍ରହସନ ପାଲଟିଲା ସରକାରୀ ଯୋଜନା: ବାଧ୍ୟ ହୋଇ କୋର୍ଟର ଦ୍ୱାରସ୍ଥ ହେଲେ ବିଧବା ମହିଳା

ଟିଟିଲାଗଡ଼ : ସରକାର ଗରିବ ଲୋକଙ୍କ ସୁବିଧା ସୁଯୋଗ ଲାଗି ଅନେକ ଯୋଜନା ପ୍ରଣୟନ କରୁଛନ୍ତି। ଏଥିଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରାଯାଉଛି। ହେଲେ ସରକାରୀ ଯୋଜନା ଏକ ପ୍ରହସନରେ ପରିଣତ ହୋଇଛି। ଟିଟଲାଗଡ ସୁରଡା ଗାଁର ଜଣେ ବିଧବା ମହିଳା ଏଭଳି କିଛି ଅଭିଯୋଗ ଆଣିଛନ୍ତି। ମହିଳା ଜଣକ ନ୍ୟାୟ ପାଇଁ ସରକାରୀ କାର୍ଯ୍ୟାଳୟ, ନେତା, ନିର୍ବାଚିତ ପ୍ରତିନିଧିଙ୍କ ପାଖକୁ ଧାଇଁ ଧାଇଁ ନୟାନ୍ତ ହୋଇପଡ଼ିଥିଲେ। ଶେଷରେ ସେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।  ଅଭିଯୋଗ ମୁତାବକ ଗତ ୨୦୨୧ ସେପ୍ଟେମ୍ବର ମାସରେ ଟିଟିଲାଗଡ଼ ବ୍ଲକ ସୁରଡା ଗାଁର ଅକ୍ଷୟ ରଣାଙ୍କ ସାପ କାମୁଡା ରୋଗରେ ମୃତ୍ୟୁ ଘଟିଥିଲା।  ତାଙ୍କୁ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଅକ୍ଷୟଙ୍କ ମୃତ୍ୟୁ ପରେ ଘରେ ୩୦ ବର୍ଷୀୟ ବିଧବା ପତ୍ନୀ ଘରମନି ଦୁଇ ଝିଅଙ୍କ ସମେତ ତିନି ସନ୍ତାନ ନିରାଶ୍ରୟ ହୋଇପଡିଛନ୍ତି। ଦୀର୍ଘ ବର୍ଷ ଧାଁ ଧପଡ଼ ପରେ ଗତ ଚାରି ମାସ ହେଲା ୫୦୦ ଟଙ୍କା ଭତ୍ତା ମିଳିଛି । ଅନ୍ୟପକ୍ଷରେ ସରକାରୀ ଯୋଜନାରେ ସାପ କାମୁଡା ଜନିତ ମୃତ୍ୟୁକୁ ନେଇ ସରକାରୀ ଆର୍ଥିକ ସହାୟତା ତାଙ୍କୁ ଅଦ୍ୟାବଧି ମିଳିନି।  ଜାତୀୟ ପରିବାର କଲ୍ୟାଣ ଯୋଜନା ମଧ୍ୟ ତାଙ୍କ ପାଇଁ ଅପହଞ୍ଚ ହୋଇରହିଛି। ଚାରି ପ୍ରାଣୀ କୁଟୁମ୍ବ ବେଳେ ଖାଇଲେ ଆର ଓଳି ଓପାସ ଭଳି ସ୍ଥିତି ହୋଇଛି । ଗରିବ ପରିବାର ଲାଞ୍ଚ ଦେଇନପାରିବାରୁ ତାଙ୍କ ପ୍ରତି ସରକାରୀ ଅନୁକମ୍ପା ନାହିଁ ବୋଲି ଗାଁ ଲୋକ କହିଛନ୍ତି।  ମହିଲାଙ୍କ ପ୍ରତି ସରକାରୀ ଅଧିକାରୀ, ନିର୍ବାଚିତ ପ୍ରତିନିଧିଙ୍କ ଏଭଳି ବେପରୁଆ ମନୋଭାବ ନେଇ ରାଜ୍ୟ ଯାଦବ ସଂଘ ଆଇନସେଲ ସଭାପତି ତଥା ବିଶିଷ୍ଟ ଓବିସି ନେତା ମନୋଜ ହାତୀ ସହାୟତାର ହାତ ବଢ଼ାଇଛନ୍ତି । ଏନେଇ ଅସହାୟ ଗରିବ ପରିବାରଙ୍କ ଅଧିକାର ସାବ୍ୟସ୍ତ ପାଇଁ ରହିଥିବା ତାଲୁକ ସ୍ତରୀୟ ଆଇନ ସେବା ସମିତିଙ୍କ ଠାରେ ଆଇନଜୀବୀ ଶ୍ରୀ ହାତୀ ମହିଳାଙ୍କ ଦୁଃଖ ଜଣାଇଛନ୍ତି।  ସମିତିର ଫ୍ରଣ୍ଟ ଅଫିସ ରିଟେନର କାର୍ତିକ ଛତରଙ୍କ ଜରିଆରେ ସମିତି ଅଧ୍ୟକ୍ଷ ତଥା ଟିଟିଲାଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଏବଂ ସେସନ ବିଚାରପତି ସନ୍ଦୀପ କୁମାର ପଟ୍ଟନାୟକଙ୍କ ଠାରେ ମହିଲା ଜଣକ ଲିଖିତ ନ୍ୟାୟ ଭିକ୍ଷା କରିଛନ୍ତି।  ଆଇନ ମୁତାବକ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ତୁରନ୍ତ ଭତ୍ତା, ଜାତୀୟ ପରିବାର କଲ୍ୟାଣ ସହାୟତାରେ ସାପ କାମୁଡ଼ାରେ ମୃତ୍ୟୁ ନେଇ ସହାୟତା ପ୍ରଦାନ କରାଯିବା  କଥା । କିନ୍ତୁ ଅସହାୟ ମହିଲାଙ୍କୁ ସାମ୍ବିଧାନିକ ନ୍ୟାୟରୁ ବଞ୍ଚିତ କରାଯାଇଛି।  ଏନେଇ ନ୍ୟାୟାଳୟ ନିଶ୍ଚିତ ଭାବରେ ମହିଲାଙ୍କୁ ନ୍ୟାୟ ଦେବେ ବୋଲି ଶ୍ରୀ ହାତୀ ଆଶା ପ୍ରକଟ କରିଛନ୍ତି । ଅନ୍ୟପକ୍ଷରେ ପୁର୍ବରୁ ଅନେକ ଥର ପରି ଆଜି ମଧ୍ୟ ମହିଳା ଜଣକ ଟିଟିଲାଗଡ଼ ଉପଜିଲ୍ଲାପାଳ ,  ବିଡ଼ିଓ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ଠାରେ ଗୁହାରି କରିଥିଲେ।  ତେବେ ଚିରାଚରିତ ଭାବରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଫୁରସତ ନାହିଁ, କାଲି ଆସ, ସରପଞ୍ଚଙ୍କୁ ଭେଟ ବୋଲି କହିଥିବା ଜଣାପଡିଛି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories