www.samajalive.in
Saturday, December 6, 2025
14.1 C
Bhubaneswar

ମନ୍ଦିରରୁ ୧୦% କର ଆଦାୟ କରିବ କଂଗ୍ରେସ ସରକାର, ‘ହିନ୍ଦୁ ବିରୋଧୀ’ କହି ବର୍ଷିଲା ବିଜେପି

ନୂଆଦିଲ୍ଲୀ: କର୍ଣ୍ଣାଟକରେ କଂଗ୍ରେସ ସରକାର ମନ୍ଦିରମାନଙ୍କରୁ କର ଆଦାୟ କରିବାକୁ ପ୍ରସ୍ତୁତି କରୁଛି। ରାଜ୍ୟ ବିଧାନସଭାରେ ଏ ସମ୍ବନ୍ଧୀୟ ବିଧେୟକ ମଧ୍ୟ ବୁଧବାର ପାରିତ ହୋଇଯାଇଛି। ଏହାକୁ ନେଇ ବିଜେପି କର୍ଣ୍ଣାଟକ ସରକାରଙ୍କୁ ଟାର୍ଗେଟ କରିଛି ଏବଂ କଂଗ୍ରେସକୁ ହିନ୍ଦୁ ବିରୋଧୀ ବୋଲି କହିଛି।

ଭାରତୀୟ ଜନତା ପାର୍ଟି କହିଛି ଯେ, ମନ୍ଦିରରୁ କର ଆଦାୟ କରି କଂଗ୍ରେସ ତା’ର ଖାଲି ଭଣ୍ଡାର ଭରିବାକୁ ଚେଷ୍ଟା କରୁଛି। ଦଳ କହିଛି ଯେ, କଂଗ୍ରେସ ହିନ୍ଦୁ ବିରୋଧୀ ନୀତି ଆପଣାଉଛି। ବୁଧବାର କର୍ଣ୍ଣାଟକ ବିଧାନସଭାରେ ପାରିତ ହୋଇଥିବା ବିଲ୍ ଅନୁସାରେ, ସରକାର ୧ କୋଟିରୁ ଅଧିକ ରାଜସ୍ୱ ଥିବା ମନ୍ଦିରରୁ ୧୦ ପ୍ରତିଶତ କର ଆଦାୟ କରିପାରନ୍ତି। ଏଥିସହ କୁହାଯାଇଛି ଯେ, ୧୦ ଲକ୍ଷରୁ ୧ କୋଟି ଟଙ୍କା ମଧ୍ୟରେ ରାଜସ୍ୱ ଥିବା ମନ୍ଦିରରୁ ୫ ପ୍ରତିଶତ କର ଆଦାୟ କରାଯିବ।

- Advertisement -

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦିୟୁରପ୍ପାଙ୍କ ପୁଅ ତଥା ବିଜେପି ରାଜ୍ୟ ସଭାପତି ବିଜୟେନ୍ଦ୍ର ୟେଦିୟୁରପ୍ପା କହିଛନ୍ତି, ‘ରାଜ୍ୟରେ ଲଗାତର ଭାବେ ହିନ୍ଦୁ ବିରୋଧୀ ନୀତି ଆପଣାଉଥିବା କଂଗ୍ରେସ ସରକାରଙ୍କ ନଜର ଏବେ ହିନ୍ଦୁ ମନ୍ଦିରଗୁଡ଼ିକର ରାଜସ୍ୱ ଉପରେ ପଡ଼ିଛି ଏବଂ ଖାଲି ଭଣ୍ଡାର ଭରିବା ପାଇଁ ‘କର୍ଣ୍ଣାଟକ ହିନ୍ଦୁ ଧାର୍ମିକ ପ୍ରତିଷ୍ଠାନ ଏବଂ ଧର୍ମାର୍ଥ ବନ୍ଦୋବସ୍ତ ବିଧେୟକ ୨୦୨୪’ ପାରିତ କରିଛନ୍ତି। ସେ ଆହୁରି କହିଛନ୍ତି, ଶ୍ରଦ୍ଧାଳୁମାନେ ଭଗବାନଙ୍କ ପାଖରେ ଯାହାବି ଅର୍ପଣ ବା ଦାନ କରିଥାନ୍ତି, ତାହା ମନ୍ଦିର ଉନ୍ନତିକରଣ ଏବଂ ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ବିନିଯୋଗ କରିବା ଉଚିତ। ସେ ଆଶ୍ଚର୍ଯ୍ୟ ପ୍ରକଟ କରି କହିଛନ୍ତି ଯେ, କେବଳ ହିନ୍ଦୁ ମନ୍ଦିରଗୁଡ଼ିକୁ ହିଁ କାହାଁକି ଟାର୍ଗେଟ କରାଯାଉଛି। ଅପରପକ୍ଷେ, କଂଗ୍ରେସ ମଧ୍ୟ ଏହାର ପ୍ରତିଜବାବ ଦେଇଛି। ବିଜେପି ରାଜନୀତିରେ ଧର୍ମକୁ ଟାଣିବାକୁ ଚେଷ୍ଟା କରୁଛି ବୋଲି ରାଜ୍ୟ ସରକାରଙ୍କ ମନ୍ତ୍ରୀ ରାମଲିଙ୍ଗା ରେଡ୍ଡୀ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ହିଁ ହିନ୍ଦୁତ୍ୱର ପ୍ରକୃତ ସମର୍ଥକ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories