ଆଜିଠୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା
ଢେଙ୍କାନାଳ: ଗୁରୁବାର ମାଘ ଶୁକ୍ଳ ଚତୁର୍ଦ୍ଦଶୀ। ଆଜିଠୁ (ଗୁରୁବାର) ଆରମ୍ଭ ହେବାକୁ ଯାଉଛି ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା । ଯାହାକୁ ନେଇ ପୁରା ଚଳଚଞ୍ଚଳ ହୋଇଛି ଢେଙ୍କାନାଳ ଯୋରନ୍ଦା ମହିମା ଗାଦି ପୀଠ। ବିଶ୍ବର ମଙ୍ଗଳ ପାଇଁ ଦୁଇ ଦିନ ଜଳିବ ଝାଡଦୀପ। ଏଥିଲାଗି ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୨୪ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ। ତିନି ଦିନ ଧରି ଅଲେଖ ମହିମା ଧ୍ବନିରେ ପ୍ରକମ୍ପିତ ହେବ ଶୂନ୍ୟ ମନ୍ଦିର । ମେଳାରେ ସାମିଲ ହେବାକୁ ଦେଶର କୋଣ ଅନୁକୋଣରୁ ସାଧୁ ଏବଂ ଭକ୍ତଙ୍କ ସୁଅ ଛୁଟୁଛି। ସନ୍ଧ୍ୟାରେ ଝାଡରେ ଅଗ୍ନି ସଂଯୋଗ ପରେ ମେଳା ବଢିବ। ସେପଟେ ଲକ୍ଷାଧିକ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଟ୍ରାଫିକ୍ ପରିଚାଳନା, ସ୍ୱାସ୍ଥ୍ୟ, ପରିମଳ ଓ ପାନୀୟ ଜଳ ଯୋଗାଣକୁ ବିଶେଷ ଗୁରୁତ୍ବ ଦିଆଯାଇଛି।
Comments are closed.