www.samajalive.in
Monday, December 8, 2025
14.1 C
Bhubaneswar

ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ କାର୍ଯ୍ୟକ୍ରମ

ବୁର୍ଲା : ସମ୍ବଲପୁର ସହରରେ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ମାରାଥନ କାର୍ଯ୍ୟକ୍ରମ। ପ୍ରଥମେ ସମ୍ବଲପୁର ରେଳ ଷ୍ଟେସନ ରେ ଉପସ୍ଥିତ ରହି ସମ୍ବଲପୁର ଅଯୋଧ୍ୟା ତୀର୍ଥକ୍ଷେତ୍ର ଆସ୍ଥା ଟ୍ରେନର ଶୁଭାରମ୍ଭ କରିଥିଲେ। ଏହାପରେ ମନ୍ତ୍ରୀ ଶାସନ ସ୍ଥିତ ବେଦିକ କଲେଜରେ ରୋବୋଟିକ ସେଣ୍ଟରକୁ ଉଦଘାଟନ କରିଥିଲେ । ପରେ ମନ୍ତ୍ରୀ ମାଝିପାଲି ଠାରେ ନବନିର୍ମିତ ସ୍କିଲ ଡେଭଲପମେଣ୍ଟ ସେଣ୍ଟରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ସ୍କିଲ ଡେଭଲପମେଣ୍ଟ ସେଣ୍ଟରରେ ଏକ ହଜାର ଛାତ୍ରଛାତ୍ରୀ ଶିକ୍ଷା ଲାଭ କରିପାରିବା ସହ ନିଯୁକ୍ତି ସୁଯୋଗ ପାଇ ପାରିବେ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।
ପରେ ମନ୍ତ୍ରୀ ଗୋଶାଳା ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ”ବିକଶିତ ଭାରତ କି ଔର ବିରାଟ ଉଡାନ” କାର୍ୟ୍ୟକ୍ରମରେ ଯୋଗଦେଇ ଥିଲେ। ନୂଆପଡା, କଟକ, ଖରିଆର ରୋଡ଼, ଢେଙ୍କାନାଳ, ଓ ସୁନ୍ଦରଗଡ଼ ଜିଲ୍ଲାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠାର ଶିଳାନ୍ୟାସ କରାଯିବା ସହ ସମ୍ବଲପୁର ଜବାହାର ନବୋଦୟ ବିଦ୍ୟାଳୟରେ ଏକ ଅତ୍ୟାଧୁନିକ ମଲ୍ଟି ପରପସ ହଲକୁ ଉଦଘାଟନ କରିଥିଲେ । ପ୍ରାୟ ଏକ ହଜାର କୋଟି ଟଙ୍କା ବ୍ୟୟରେ ଏହି ସବୁ ଶିକ୍ଷାନୁଷ୍ଠାନ ନିର୍ମାଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭରଚୁଆଲ ମୋଡ଼ରେ ଏହି ସବୁ ଯୋଜନାର ଶିଳାନ୍ୟାସ କରିଛନ୍ତି। ଜ୍ଞାନ ଆଧାରିତ ଅର୍ଥନୀତି ଉପରେ ଜୋର ଦେବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ।

ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଆଭାସୀକ ଭାବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ପଶ୍ଚିମ ଓଡ଼ିଶାର ଦୁଇ କିମ୍ବଦନ୍ତୀ କବି ଯଥା ସ୍ବଭାବ କବି ଗଙ୍ଗାଧର ମେହେର ଏବଂ ସନ୍ଥ କବି ଭୀମ ଭୋଇ ଓ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଉପରେ ଛଅ ଗୋଟି ଡାକ ଟିକଟ ଓଡ଼ିଶା ଡାକ ପରିମଣ୍ଡଳ ଦ୍ଵାରା ଉନ୍ମୋଚିତ ହୋଇଅଛି। ପଶ୍ଚିମ ଓଡିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଉପରେ ଆଧାରିତ ଛଅ ଗୋଟି ଡାକ ଟିକଟ ସମୂହ ଯଥା ‘ଧନୁ ଯାତ୍ରା ୨ ଟି , ‘ ନୂଆଁଖାଇ ପର୍ବ’, ‘ସମ୍ବଲପୁରୀ ବାନ୍ଧ’, ‘ ଶୀତଳ ଷଷ୍ଠୀ ଯାତ୍ରା’ ଏବଂ ‘ସମ୍ବଲପୁରୀ ଲୋକ ନୃତ୍ୟ’ ଉନ୍ମୋଚନ କରାଯାଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories