www.samajalive.in
Monday, December 8, 2025
27.1 C
Bhubaneswar

ଭାରତରେ କାର୍ ବିକିବ ମିତସୁବିଶି, ଟିଭିଏସ୍ ସହ ମିଳାଇଲା ହାତ

ନୂଆଦିଲ୍ଲୀ : ଜାପାନୀ କାର୍ ନିର୍ମାତା କମ୍ପାନୀ ମିତସୁବିଶି ମୋଟର୍ସ ଭାରତର କାର୍ ବିକ୍ରି ବ୍ୟବସାୟରେ ପ୍ରବେଶ କରିପାରେ । କମ୍ପାନୀ ଦକ୍ଷିଣ ଏସିଆ ଦେଶଗୁଡିକରେ କାର୍ ଡିଲରସିପ୍ ଚଳାଉଥିବା କମ୍ପାନୀ ଟିଭିଏସ୍ ମୋବିଲିଟିରେ ୩୦ ପ୍ରତିଶତରୁ ଅଧିକ ଅଂଶଧନ କିଣିବା ପାଇଁ ମଧ୍ୟ ପ୍ରସ୍ତୁତ ହେଉଛି ।

ସୂଚନା ଅନୁସାରେ ଉଭୟ କମ୍ପାନୀଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ଟିଭିଏସ୍ ମୋବିଲିଟି ଭାରତରେ କାର୍ ବିକ୍ରି ବ୍ୟବସାୟକୁ ବନ୍ଦ କରିବ । ଏହି ଚୁକ୍ତି ଅନୁସାରେ ମିତସୁବିଶି ୩୩ ମିଲିୟନ ଡଲାରରୁ ୬୬ ମିଲିୟନ ଡଲାର(ପ୍ରାୟ ୨୭୩ କୋଟି ଟଙ୍କାରୁ ୫୪୭ କୋଟି ଟଙ୍କା)ର ନିବେଶ କରିପାରେ । ଟିଭିଏସ୍ ମୋବିଲିଟିର ୧୫୦ ଆଉଟଲେଟ୍ସ ବ୍ୟବହାର କରି ମିତସୁବିଶି ପ୍ରତି କାର ବ୍ରାଣ୍ଡ୍ ପାଇଁ ନିର୍ଦ୍ଧାରିତ ଶୋରୁମ୍ ନିର୍ମାଣ କରିବ ।

- Advertisement -

ଭାରତରେ ଇଲେକ୍ଟ୍ରିକ୍ ଗାଡିର ବିକ୍ରି ବଢାଇବା ପାଇଁ କମ୍ପାନୀ ଲକ୍ଷ୍ୟ ରଖିଛି । ଏହା ସହିତ କମ୍ପାନୀ ନୂଆ ସେବା ଆରମ୍ଭ କରିବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରୁଛି ଯାହା ଦ୍ବାରା ଉପଭୋକ୍ତା ସ୍ମାର୍ଟଫୋନ୍ ଆପ୍ ଜରିଆରେ କାରର ରକ୍ଷଣାବେକ୍ଷଣର କାର୍ଯ୍ୟସୂଚୀ ଏବଂ ବୀମା କିଣିବା ଭଳି ଆଦି କାମରେ ସକ୍ଷମ ହୋଇପାରିବେ ଏବଂ କମ୍ପାନୀ ସହିତ ସେମାନଙ୍କ ଅନୁଭୂତି ଉତ୍ତମ ହୋଇପାରିବ ।

ଭାରତ ନୂଆ କାର ବିକ୍ରି ମାମଲାରେ ଚୀନ୍ ଏବଂ ଆମେରିକା ପରେ ତୃତୀୟ ସ୍ଥାନରେ ରହିଛି କିନ୍ତୁ ସୁଜୁକି ମୋଟର ବ୍ୟତୀତ ଦେଶରେ ଜାପାନୀ ଗାଡି ନିର୍ମାତାଙ୍କ ଉପସ୍ଥିତି କିଛି ଖାସ୍ ନାହିଁ । ନୂଆ କମ୍ପାନୀ ମାଧ୍ୟମରେ ସ୍ଥାନୀୟ ବ୍ରାଣ୍ଡ୍ ସହିତ ଜାପାନୀ କାରକୁ ବିକିବା ପାଇଁ ଲକ୍ଷ୍ୟ ରଖିଛି ମିତସୁବିଶି ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories