Patra electronics

ଭୁବନେଶ୍ବର ଇସ୍କନ ମନ୍ଦିର ସମ୍ମୁଖରୁ ଯୁବତୀଙ୍କ ମୋବାଇଲ୍ ଝାମ୍ପିନେଲେ ଲୁଟେରା

ଭୁବନେଶ୍ବର: ରାଜଧାନୀରେ କମୁନି ଲୁଟେରାଙ୍କ ପ୍ରାଦୁର୍ଭାବ। ଭୁବନେଶ୍ବର ଇସ୍କନ ମନ୍ଦିର ସମ୍ମୁଖରୁ ଜଣେ ଯୁବତୀଙ୍କ ମୋବାଇଲ ଝାମ୍ପିନେଲେ ଲୁଟେରା।  ସୂଚନା ଅନୁଯାୟୀ ମଙ୍ଗଳବାର ସକାଳେ ଦୁଇ ଜଣ ଯୁବତୀ ଭୁବନେଶ୍ବର ଇସ୍କନ ମନ୍ଦିର ସମ୍ମୁଖରେ ଚାଲି ଚାଲି ଯାଉଥିଲେ। ଏହି ସମୟରେ ଦୁଇ ଜଣ ଲୁଟେରା ଏକ ବାଇକ୍‌ରେ ଆସି ଯୁବତୀଙ୍କ ଠାରୁ ମୋବାଇଲ୍ ଫୋନ୍ ଝାମ୍ପି ନେଇଥିଲେ। ଦୁର୍ବୁତ୍ତ ଦୁଇ ଜଣ ମୋବାଇଲ୍ ଛଡାଇ ନେଇ ଜୟଦେବ ବିହାର ଆଡକୁ ପଳାଇ ଯାଇଥିଲେ । ଘଟଣାର ପୁରା ଭିଜୁଆଲ ସିସି ଟିଭିରେ କଏଦ ହୋଇଛି। ଏ ନେଇ ଯୁବତୀ ଦୁଇ ଜଣ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Comments are closed.