www.samajalive.in
Saturday, December 6, 2025
16.1 C
Bhubaneswar

ସୁଧୀର ପାଇବେ କିଶୋରୀ ଚରଣ ପୁରସ୍କାର

ଭବାନୀପାଟଣା : ମର୍ଯ୍ୟାଦାଜନକ କିଶୋରୀ ଚରଣ ପୁରସ୍କାର ପାଇବାକୁ ଯୁବ ସାହିତ୍ୟିକ ସୁଧୀର କୁମାର ଧଙ୍ଗଡ଼ାମାଝୀ ମନୋନୀତ ହେଇଛନ୍ତି। ଟାଇମପାସ୍ ପକ୍ଷରୁ ପ୍ରକାଶିତ ତାଙ୍କର ଗଳ୍ପ ପୁସ୍ତକ ‘ଖଂଗାର୍’ ପାଇଁ ସେ ଏହି ପୁରସ୍କାର ପାଇବେ। ପୁରସ୍କାର ସ୍ବରୂପ ମାନପତ୍ର, ଉପଢୌକନ ଓ ପାଞ୍ଚ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯିବ। ପୂର୍ବରୁ ‘ଖଂଗାର୍‌’ ଟାଇମପାସ୍ ବେଷ୍ଟସେଲର୍ ପୁରସ୍କାର ପାଇବା ସହ ୨୦୨୦ – ୨୧ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଥିଲା। ସୁଧୀର ଗଳ୍ପ, କବିତା, ପ୍ରବନ୍ଧ, ଫିଚର୍‌, ଅନୁବାଦ ଆଦି ଲେଖିବା ସହିତ ମଞ୍ଚ, ଚଳଚ୍ଚିତ୍ର, ଟେଲିଫିଲ୍ମ ପ୍ରଭୃତିରେ ଅଭିନୟ ଏବଂ ଦୂରଦର୍ଶନ ଓ ଆକାଶବାଣୀର କାର୍ଯ୍ୟକ୍ରମରେ ଉପସ୍ଥାପନା କରି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସୁଧିରଙ୍କ ସମ୍ମାନଜନକ ପୁରସ୍କାର ପାଇଁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories