www.samajalive.in
Sunday, December 14, 2025
15.1 C
Bhubaneswar

କେମିତି କଟିବ ଆଜିର ଦିନ: ମଙ୍ଗଳବାର ରାଶିଫଳ

ମେଷ: ଈଶ୍ବରୀୟ ବିଭୂତି ପ୍ରାପ୍ତ ହେବେ। ଆତ୍ମବାଦୀ ହେବେ। ସମତ୍ବଭାବ ଅନ୍ତରରେ ବିକଶିତ କରି ପରମାତ୍ମାଙ୍କ କରୁଣା ଓ ଅନୁଗ୍ରହ ପ୍ରାପ୍ତ ହେବେ। ଧନ, ଜନ, ଗୋପ, ଲକ୍ଷ୍ମୀଯୁକ୍ତ ଓ ସର୍ବତ୍ର ବିଜୟୀ ହେବେ।
ବୃଷ: ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ସକଳ ସୃଜନୀକୁ ଲୋକଲୋଚନକୁ ଆଣିପାରନ୍ତି। ଧନାଗମ ପାଇଁ ଅହରହ ଉଦ୍ୟମ ଫଳବତୀ ହେବ। କର୍ତ୍ତବ୍ୟ ପଥରେ ଆରୁଢ଼ ହୋଇ ଜୀବନକୁ ଯଜ୍ଞମୟ କରିପାରନ୍ତି।
ମିଥୁନ: ପ୍ରେମର ବନ୍ଧନ ଉଷ୍ମ ରହିବ। ସାମାଜିକ ଦାୟିତ୍ବବୋଧ ଓ ପରିବାରର ସଂଜ୍ଞା ଦେଦିପ୍ୟମାନ ଆଲୋକବର୍ତ୍ତିକା ହେବ। ଉତ୍ତମ ସ୍ବାସ୍ଥ୍ୟ ଲାଗି ଆହାରରେ ପରିବର୍ତ୍ତନ ସହ ଆତ୍ମସଂଯମୀ ହେବେ। ସୁସ୍ଥ ରହିବେ।
କର୍କଟ:ଅହଂକାର ଶୂନ୍ୟ ହେଲେ ସାଧନା ଫଳବତୀ ହେବ। ନିଜ ମନରେ ସାହସ ଓ ଆତ୍ମପ୍ରତ୍ୟେୟ ସୃଷ୍ଟି ହେଲେ ଲକ୍ଷ୍ୟସ୍ଥଳରେ ନିର୍ବିଘ୍ନରେ ଉପନୀତ ହେବ। ସାଧୁ, ସନ୍ଥଙ୍କୁ ଆତିଥ୍ୟ ପ୍ରଦାନକରି ସତ୍କାର କରିବେ।
ସିଂହ: ସମସ୍ୟାର ସମ୍ମୁଖୀନ ହେବା ହିଁ ତା’ର ସମାଧାନ। ଐକାନ୍ତିକ ଅଭିନିବେଶ ଥିବାରୁ ସଫଳତାର ଆଶା ଫଳବତୀ ହେବ। ରାଜ କୃପା ଲାଭ କରିପାରନ୍ତି। ବଣ ମଲ୍ଲୀ ହେଲେ ବି ସହରାଞ୍ଚଳକୁ ସୁବାସିତ କରିବେ।
କନ୍ୟା :ପରସ୍ପର ସ୍ନେହବନ୍ଧନ ରହିଲେ ଘର ବୈକୁଣ୍ଠ ସମାନ ହେବ। ନିସ୍ପୃହ୍ୟ ଜ୍ଞାନର ମହାସାଗର ହେବେ। ଜ୍ଞାନାଲୋକକୁ ଉନ୍ମୀଳନ କରି ପଥଚାରୀଙ୍କ ବନ୍ଧୁର ପଥକୁ ଉଜ୍ଜ୍ବଳମୟ କରିବେ। ଦୟାଧର୍ମରେ ଦୀକ୍ଷିତ ହେବେ।
ତୁଳା: ମହତ୍‌ରୁ ମହିୟାନ୍‌ ହେବେ। ବିବେକୀ, ବୁଦ୍ଧିମାନ ଦୂରଦୃଷ୍ଟିସମ୍ପନ୍ନ ହୋଇପାରନ୍ତି। ସପତ୍ନୀକ ଦାନଧର୍ମରେ ଦୀକ୍ଷିତ ହେବେ। ଶୂର, ବୀରତା ପ୍ରଦର୍ଶନ କରିବେ। ମହନୀୟ ରାଜପଦ ଅତୁଳସମ୍ପଦ ଲାଭ ହେବ।
ବିଛା: ଆଜି ଦିନ ଭିତରେ ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଦୁସ୍ଥିତି ପ୍ରତି ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ତ୍ୟାଗ, ଦୟା, କ୍ଷମା, ପରୋପକାର, ନମ୍ରତା, ନିରହଂକାର ଭବ ଆଦି ଦେବୋପମ ଗୁଣାବଳୀ ପ୍ରକଟିତ କରିପାରନ୍ତି।
ଧନୁ: ସେବା ଭାବନାରେ ନିମଗ୍ନ ହୋଇପାରନ୍ତି। ଧର୍ମକୁ ଜୀବନର ଆଧାର କରିବେ। କେବଳ ସାଧନାରୁ ମିଳିବ ଶାଶ୍ବତ ସୁଖ। ଅସୀମିତ ତୃଷ୍ଣା ମେଣ୍ଟାଇବାକୁ ହେଲେ ତ୍ୟାଗପୂତ ମନୋବୃତ୍ତିର ହେବେ।
ମକର: ଆପଣଙ୍କ ବୁଝିବା ଶକ୍ତି, ଶ୍ରେୟ ମାର୍ଗର ଜ୍ଞାନ ଓ ଇନ୍ଦ୍ରିୟମାନଙ୍କ ଉପରେ ନିୟନ୍ତ୍ରଣ ଥିବାରୁ ଉପୁଜିଥିବା ବିପଜ୍ଜନିତ ସମସ୍ୟାର ସୁସମାଧାନ କିମ୍ବା ନିୟନ୍ତ୍ରଣ କରିପାରିବେ। ଶତ୍ରୁମାନେ ପଛଘୁଞ୍ଚା ଦେବେ।
କୁମ୍ଭ: ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରି ପ୍ରଶଂସାର ପାତ୍ର ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ସ୍ଥିତପ୍ରଜ୍ଞତା ଦୃଷ୍ଟିରୁ ସବୁ ଅସମ୍ଭବକୁ ସମ୍ଭବ କରିପାରିବେ।
ମୀନ: ଭକ୍ତିବଳରେ ଶକ୍ତିସମ୍ପନ୍ନ ହୋଇ ଅସାଧ୍ୟସାଧନ କରିପାରନ୍ତି। ନୂତନ ଯାନବାହନ କ୍ରୟ କରିପାରନ୍ତି। ଉଦାର ଚରିତ ଓ ଊଦାର ସ୍ବଭାବସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ଜୀବନ ବିତାଇବେ। ସୁଖୀ ହେବେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories