www.samajalive.in
Saturday, December 6, 2025
15.1 C
Bhubaneswar

ରାଜ୍ୟସଭା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ

ଭୁବନେଶ୍ବର: ରାଜ୍ୟସଭା ପ୍ରାର୍ଥୀପତ୍ର ପ୍ରତ୍ୟାହାର ଆଜି (ମଙ୍ଗଳବାର) ଶେଷ ଦିନ। ଓଡିଶାରୁ ରାଜ୍ୟସଭା ପାଇଁ ବିଜେଡିର ଦୁଇ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆଙ୍କ ପ୍ରାର୍ଥୀପତ୍ର କାଏମ୍ ରହିଛି। ତୃତୀୟ ପ୍ରାର୍ଥୀ ଭାବରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପ୍ରାର୍ଥୀପତ୍ର କାଏମ୍ ରହିଛି। ଅଶ୍ବିନୀଙ୍କୁ ବିଜେଡି ସମର୍ଥନ କରିଛି। ଓଡିଶାରୁ ଖାଲିଥିବା ୩ ଟି ଆସନ ପାଇଁ ୩ ଜଣ ଆବେଦନ କରିଥିବାରୁ ସେମାନେ ର୍ନିଦ୍ବନ୍ଦରେ ନିର୍ବାଚିତ ହେବେ । ସଂଖ୍ୟା ଗରିଷ୍ଠତା ଥିବାରୁ ୩ ପ୍ରାର୍ଥୀ ବିନା ଭୋଟିଂରେ ରାଜ୍ୟସଭାକୁ ଯିବେ। ରିଟର୍ଣ୍ଣିଂ ଅଫିସର ମଙ୍ଗଳବାର ନିର୍ବାଚିତ ପ୍ରାର୍ଥୀଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିବେ ବୋଲି ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories