www.samajalive.in
Saturday, December 6, 2025
15.1 C
Bhubaneswar

କଂଗ୍ରେସ ଛାଡିବେନି କମଳନାଥ: ପୁଅ ନକୁଳନାଥ କଂଗ୍ରେସ ଛାଡିପାରନ୍ତି

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ଦଳ ଛାଡି ବିଜେପିରେ ଯୋଗ ଦେଉଥିବା ନେଇ ଗଣମାଧ୍ୟମରେ ଯେଉଁ ଚର୍ଚ୍ଚା ହେଉଥିଲା ତାହାର ପରିସମାପ୍ତି ଘଟିଛି । ରାହୁଲ ଗାନ୍ଧୀଙ୍କ ସହ କଥାବର୍ତ୍ତା ହେବା ପରେ କଂଗ୍ରେସ ଛାଡି ଅନ୍ୟ କୌଣସି ଦଳରେ ମିଶିବେ ନାହିଁ ବୋଲି ଖୋଦ କମଳନାଥ ହାଇକମାଣ୍ଡଙ୍କୁ ସ୍ପଷ୍ଟ କରିଥିବା କଂଗ୍ରେସ ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ କମଳନାଥଙ୍କ ପୁଅ ନକୁଲ ନାଥ କିଛି ବିଧାୟକଙ୍କୁ ନେଇ ବିଜେପିରେ ସାମିଲ ହୋଇପାରନ୍ତି । ନିକଟରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଦଳର ଶୋଚନୀୟ ପ୍ରଦର୍ଶନ ପରେ କମଳନାଥଙ୍କୁ ପିସିସି ସଭାପତି ପଦରୁ ହଟାଇ ଜିତୁ ପଟୱାରୀଙ୍କୁ ସେହି ପଦରେ ଅବସ୍ଥାପିତ କରାଯାଇଥିଲା । ଏଥିରେ କ୍ଷୁବ୍ଧ ହୋଇ ସେ ଦଳ ତ୍ୟାଗ କରିପାରନ୍ତି ବୋଲି କଂଗ୍ରେସ ଶିବିରରେ ଆଲୋଚନା ହେଉଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories