ହ୍ବାଟ୍ସ ଆପ୍ ଆଣୁଛି ନୂଆ ଫିଚର: କେମିତିି ରଖିବେ ନିଜ ପ୍ରାଇଭେଟ୍ ଚାଟ୍କୁ ସୁରକ୍ଷିତ
ନୂଆଦିଲ୍ଲୀ: ହ୍ବାଟ୍ସଆପ୍ ଏହାର ବ୍ୟବହାରକାରୀଙ୍କ ସୁରକ୍ଷାକୁ ନେଇ ବହୁତ୍ ସକ୍ରିୟ ରହିଥାଏ। ଗତ କିଛି ମାସ ମଧ୍ୟରେ ସୁରକ୍ଷା ଏବଂ ଗୋପନୀୟତା ସହ ଜଡିତ କିଛି ଫିଚର ଆସିଛି। ଏହିକ୍ରମରେ ଲକ୍ ହୋଇଥିବା ଚାଟ୍ ଗୁଡିକୁ ଅଧିକ ସୁରକ୍ଷିତ କରିବା ପାଇଁ କମ୍ପାନୀ ବର୍ତ୍ତମାନ ସିକ୍ରେଟ୍ କୋଡ୍ ନାମକ ଏକ ଫିଚର ଆଣିବାକୁ ଯୋଜନା କରୁଛି। ହ୍ବାଟ୍ସ ଆପ୍ ୱେବ୍ ପାଇଁ କମ୍ପାନୀ ଏହି ଫିଚର ଆଣିବାକୁ ଯାଉଛି। ଯାହାଦ୍ବାରା ଆପଣଙ୍କ ଚାଟ୍ ଗୁଡିକ ସୁରକ୍ଷିତ ଏବଂ ଗୋପନୀୟ ହୋଇରହିପାରିବ। WABetainfo ଆଗକୁ ଆସୁଥିବା ଏହି ନୂଆ ଫିଚର ବିଷୟରେ ତଥ୍ୟ ଦିଏ। ହ୍ବାଟ୍ସ ଆପ୍ ୱେବ୍ ରେ ଲକ୍ ଚାଟ୍କୁ ଓପନ୍ କରିବାକୁ ଏହି ସିକ୍ରେଟ୍ କୋଡ୍ ର ଦରକାର ପଡିବ । ଯାହାକୁ ଉପଭୋକ୍ତାମାନେ ନିଜ ମୋବାଇଲ ସ୍କ୍ରିନ୍ ରେ ସେଟ୍ କରିପାରିବେ। ଏହି ନୂଆ ଫିଚର କମ୍ପାନୀ ବର୍ତ୍ତମାନ୍ ଡେଭଲପ୍ କରୁଛି। ଖୁବ୍ ଶୀଘ୍ର ଏହାର ଗ୍ଳୋବାଲ୍ ରୋଲଆଉଟ୍ ର ଆଶା କରାଯାଉଛି।
Comments are closed.