www.samajalive.in
Sunday, December 14, 2025
26.1 C
Bhubaneswar

ବେତନ ଅଭିଯୋଗ କଲେ ଚାକିରୀରୁ ବହିଷ୍କାର କରିପାରିବେନି କର୍ତ୍ତୃପକ୍ଷ – ସୁପ୍ରିମକୋର୍ଟ

ଡେସ୍କ: ବେତନ ଅଭିଯୋଗ ନେଇ ହାଇକୋର୍ଟ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ସିଧାସଳଖ ଅଭିଯୋଗ ପଠାଇବା ଅଭିଯୋଗରେ ଚାକିରିରୁ ବହିଷ୍କୃତ ହୋଇଥିବା ଚତୁର୍ଥ ଶ୍ରେଣୀ ଅଦାଲତର ଜଣେ କର୍ମଚାରୀଙ୍କୁ ସୁପ୍ରିମକୋର୍ଟ ନ୍ୟାୟ ପ୍ରଦାନ କରିଛନ୍ତି।

https://samajalive.in/gulzar-and-jagadguru-rambhadracharya-to-be-honored-with-jnanpith-award-2023/536403.html

- Advertisement -

ବିଚାରପତି ଜଷ୍ଟିସ ବିଆର୍ ଗାଭାଇ ଓ ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ କେବଳ ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ ପଠାଇବା କାରଣରୁ ଜଣେ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇପାରିବ ନାହିଁ। ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ଆର୍ଥିକ ସଙ୍କଟରେ ଥିବା ବେଳେ ସିଧାସଳଖ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିପାରନ୍ତି, କିନ୍ତୁ କେବଳ ଏହା ଚାକିରିରୁ ବହିଷ୍କାର କରିବା ଭଳି ବଡ଼ ଅସଦାଚରଣ ହୋଇପାରିବ ନାହିଁ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି।

ଇସ୍ରୋକୁ ଆଉ ଏକ ସଫଳତା – ଇନ୍‌ସାଟ ଥ୍ରୀଡ଼ିଏସ ଉପଗ୍ରହ ଉତକ୍ଷେପଣ

ଏହି ମାମଲାରେ ବରେଲି ଜଜସିପର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ବରେଲି ଜିଲ୍ଲାର ବାହେରୀସ୍ଥିତ ଏକ ଅଦାଲତର ନଜାରାତରେ ପ୍ରୋସେସ୍ ସର୍ଭର୍ ଭାବେ ବଦଳି କରାଯାଇ ନିଯୁକ୍ତି ଦିଆଯାଇଥିଲା। କର୍ମଚାରୀଙ୍କୁ ପ୍ରୋସେସ୍ ସର୍ଭର ଭାବରେ ଭତ୍ତାରୁ ବଞ୍ଚିତ କରାଯାଇଥିଲା ଏବଂ ସମ୍ପୃକ୍ତ କର୍ମଚାରୀ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଜିଲ୍ଲା ଜଜ୍ ସେହି କର୍ମଚାରୀଙ୍କୁ ଚତୁର୍ଥ ଶ୍ରେଣୀ ପଦରୁ ବହିଷ୍କାର କରିଥିଲେ। ହାଇକୋର୍ଟ ଏହି ବହିଷ୍କାରକୁ ବଜାୟ ରଖିବା ପରେ କର୍ମଚାରୀ ସୁପ୍ରିମକୋର୍ଟରେ ସିଭିଲ୍ ଅପିଲ୍ ଦାଖଲ କରିଥିଲେ।

ଆମେ ପ୍ରସ୍ତୁତ, ଗଣତନ୍ତ୍ରର ମହାପର୍ବରେ ସମସ୍ତେ ସାମିଲ ହୁଅନ୍ତୁ – ମୁଖ୍ୟ ନିର୍ବାଚନ ଆୟୁକ୍ତ

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories