ଜବାହାରଲାଲ ନେହେରୁ ଷ୍ଟାଡିୟମରେ ବଡ ଦୁର୍ଘଟଣା: ଲନ୍ ହ୍ୟାଙ୍ଗର ଭୁଶୁଡି ୮ ଆହତ

ନୂଆଦିଲ୍ଲୀ: ଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଏକ ବଡ ଦୁର୍ଘଟଣା ଘଟିଛି। ଷ୍ଟାଡିୟମ୍‌ର ୧ ନଂ ଗେଟ୍ ନିକଟରେ ଥିବା  ଏକ ଲନ୍ ହ୍ୟାଙ୍ଗର ଭୁଶୁଡି ପଡିଛି। ଏଥିରେ ୮ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଦିଲ୍ଲୀ ପୁଲିସ ଏବଂ ଦୁଇଟି ଅଗ୍ନିଶମ ଗାଡି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ତେବେ ଦୁର୍ଘଟଣାକୁ ନେଇ ଜଣେ କର୍ମଚାରୀ କହିଛନ୍ତି ସୌଭାଗ୍ୟ ବଶତଃ ଦୁର୍ଘଟଣା ଘଟିବା ସମୟରେ ଅଧିକାଂଶ କର୍ମଚାରୀ ଖାଇବାକୁ ଯାଇଥିଲେ । ନଚେତ୍ ବହୁତ୍ ବଡ ଦୁର୍ଘଟଣା ଘଟିଥାନ୍ତା।  ଯେଉଁ କିଛି ଲୋକ ସେତେବେଳେ ଚଳପ୍ରଚଳ କରୁଥିଲେ। ସେମାନଙ୍କ ଉପରେ ଲନ ହ୍ୟାଙ୍ଗରଟି ଖସି ପଡିଛି। ତେବେ କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଛି , ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ ।

Comments are closed.