www.samajalive.in
Sunday, December 7, 2025
13.1 C
Bhubaneswar

କୋଟିପତି ଆରଟିଓ ବସନ୍ତ ମହାପାତ୍ର ଗିରଫ

ଭୁବନେଶ୍ବର: ଗିରଫ ହେଲେ କୋଟିପତି ଆରଟିଓ ବସନ୍ତ କୁମାର ମହାପାତ୍ର। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ରଙ୍କୁ ଶୁକ୍ରବାର ଭିଜିଲାନ୍ସ ଗିରଫ କରିଛି। ଭିଜିଲାନ୍ସ ଟିମ୍ ଗୁରୁବାର ବସନ୍ତଙ୍କ ଭଡ଼ାଘର, ପୈତୃକ ଘର ସମେତ ୧୦ଟି ସ୍ଥାନରେ ଚଢ଼ାଉ କରି ୧୯କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ କରିଥିଲା।

ଆରଟିଓଙ୍କ ବିରୁଦ୍ଧରେ ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା। ହେଲେ ଜିଲାପ୍ରଶାସନର ଅଧିକାରୀମାନଙ୍କୁ ଖୁସ କରି ଆରଟିଓ ମହାଶୟ ଅନାୟାସରେ ନିଜର କଳା ସାମ୍ରାଜ୍ୟ ବିସ୍ତାର କରି ଚାଲିଥିଲେ। ବିଭାଗ ଓ ପ୍ରଶାସନ ଆଗରେ ନିଜକୁ ଜଣେ ଦକ୍ଷ ଅଧିକାରୀ ଦର୍ଶାଇ ଭିତରେ ଭିତରେ ସେ ନିଯୁକ୍ତିଠାରୁ ଆରମ୍ଭ କରି ଗାଡିଯାଞ୍ଚ ମାମଲାରେ ପ୍ରତିଦିନ ବିପୁଳ ପରିମାଣର ଅର୍ଥ ଆଦାୟ ଜାରି ରଖିଥିଲେ। ଗାଡ଼ି ମାଲିକ ଓ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଅନେକ ସରକାରୀ ବିଭାଗର ଅଧିକାରୀ ଆରଟିଓ ମହାପାତ୍ରଙ୍କ ଦୁର୍ବ୍ୟବହାରର ଶିକାର ହୋଇଥିଲେ ମଧ୍ୟ ଜିଲାର ମୁଖିଆଙ୍କ ଛତ୍ରଛାୟା ତଳେ ସେ ନିରଙ୍କୁଶ ଭାବରେ ନିଜର ବ୍ୟବସାୟ ଜାରି ରଖିଥିଲେ। ଜିଲାରେ ନୂଆ ଜିଲାପାଳ ଯୋଗଦେବା ପରଠାରୁ କୁଆଡେ ଏହି ଦୁର୍ନୀତିଗ୍ରସ୍ତ ଅଧିକାରୀ ଗାଡ଼ି ଯାଞ୍ଚ ନାମରେ ପ୍ରାୟ କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଥିଲେ।

- Advertisement -

ସୂଚନାଯୋଗ୍ୟ, ଲାଞ୍ଚୁଆ ଆରଟିଓଙ୍କ ବେନାମୀ ସଂପତ୍ତିର ଯାଞ୍ଚ ପାଇଁ ଭୁବନେଶ୍ୱର, ଗଂଜାମ ସମେତ ୧୦ଟି ସ୍ଥାନରେ ଏକକାଳିନ ଚଢଉ କରିଥିଲା ଭିଜିଲାନ୍ସ। ବୌଦ୍ଧରେ ଭିଜିଲାନ୍ସର ଏକ ୧୦ ଜଣିଆ ଟିମ୍ ଆସି ପ୍ରାୟ ୭ରୁ ୮ ଘଣ୍ଟା ରହି ତଲାସି କରିଥିଲେ। ଚଢାଉ ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହିତ ଟଙ୍କା ଜବତ କରିଥିଲେ। ଚଢାଉ ସମୟରେ ଓଡ଼ିଶା ସମେତ ବେଙ୍ଗାଲୁରୁରେ ଅନେକ ପ୍ଲଟ୍ ଥିବା ଜଣାପଡିଥିଲା। ଏହାସହ ୩.୭୫ କୋଟି ତାଙ୍କ ଓ ତାଙ୍କ ପରିବାର ନାମରେ ବିନିଯୋଗ ହୋଇଛି। ୨୬୦ ଗ୍ରାମର ସୁନା ମିଳିଥିବାବେଳେ ଭୁବନେଶ୍ୱର ଏକ୍ସିସ ବ୍ୟାଙ୍କରେ ୨ କୋଟି ୧୧ ଲକ୍ଷ ୭୯ ଟଙ୍କା, ଆଇସିଆଇସିଆଇ ବ୍ୟାଙ୍କ ୪୪ ଲକ୍ଷ ୩୫ହଜାର ଓ ଏସବିଆଇରେ ୩୯ ଲକ୍ଷ ୫୫ ହଜାର ଟଙ୍କା ଜମା ରହିଥିବା ଜଣାପଡିଛି। ସେହିପରି ଏନଏଚଏଆଇରେ ୪୮ ଲକ୍ଷ ଟଙ୍କାର ବଣ୍ଡ, ମେକ୍ସଲାଇଭ ବୀମାରେ ୩୧ ଲକ୍ଷ ୯୦ ହଜାର ବଣ୍ଡ ମିଳିଛି। ଭୁବନେଶ୍ୱରରେ ୨ ଫ୍ଲାଟ, ୨ଟି ବାଣିଜ୍ୟ ମଲ, ଭୁବନେଶ୍ୱର ଓ ବେଙ୍ଗାଲୁରୁରେ ଦୁଇଟି ଫ୍ଲାଟ ପାଇଁ ୨ କୋଟି ୨୩ ଲକ୍ଷ ଟଙ୍କା ଆଗ୍ରୀମ ଦେଇଥିବା ଜଣାପଡିଛି । ଭଂଜନଗରଠାରେ ଥିବା ତାଙ୍କ ପୈତୃକ ଘର, ବ୍ରହ୍ମପୁରଠାରେ ଥିବା ସଂପର୍କିୟ ଘର, ରଙ୍ଗମାଟିଆର ହରପ୍ରିୟା ଏନକ୍ଲେଭରେ ଫ୍ଲାଟ, ଶୈଳଶ୍ରୀ ବିହାର ୱେଷ୍ଟଏଣ୍ଡ ଆପାଟମେଣ୍ଟରେ ଫ୍ଲାଟ, କଳ୍ପନା ରୟାଲ ରେସିଡେନ୍ସିରେ ଥ୍ରୀ ବିଏଚକେ ଫ୍ଲାଟ, କଳାରାହାଙ୍ଗ ଜେଡ ୧ ଇଷ୍ଟେଟରେ ଫ୍ଲାଟ, ଉତ୍କଳ କନିକା ଗ୍ୟାଲେରିଆରେ ଦୁଇଟି କମର୍ସିଆଲ ସପିଂ କଂପ୍ଲେକ୍ସ ଆଦି ଠାବ କରିଛି ଭିଜିଲାନ୍ସ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories