www.samajalive.in
Sunday, December 14, 2025
26.1 C
Bhubaneswar

କଷ୍ଟମ୍ ଅଧିକାରୀଙ୍କ ପରିଚୟ ଦେଇ ମହିଳାଙ୍କ ଠାରୁ ଲୁଟିନେଲେ ୬ ଲକ୍ଷ!

ଲକ୍ଷ୍ନୌ:  ବିଦେଶରୁ ପାର୍ସଲ ଆସିବାର ବାହାନା କରି ଲକ୍ଷ୍ନୌର ଜଣେ ମହିଳାଙ୍କଠାରୁ ସାଇବର ଠକମାନେ ୬ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଠକେଇ ସମ୍ପର୍କରେ ସୂଚନା ପାଇବା ପରେ ପୀଡିତା ମହିଳା ଜଣକ ଗୁଡୱା ପୁଲିସ ଷ୍ଟେସନରେ ଏତଲା ଦେଇଛନ୍ତି। ଏ ନେଇ ସାଇବର କ୍ରାଇମ ସେଲରେ ମଧ୍ୟ ଅଭିଯୋଗ ହୋଇଛି। ଲକ୍ଷ୍ନୌସ୍ଥିତ କଲ୍ୟାଣପୁର ଆଦିଲନଗରରେ ରହୁଥିବା ଅଫସରୀ ବେଗମ ନାମକ ଜଣେ ମହିଳାଙ୍କ ଫୋନକୁ ହଠାତ ଏକ କଲ୍ ଆସିଥିଲା। କଲ କରିଥିବା ବ୍ୟକ୍ତି ଜଣକ ମହିଳା ଜଣଙ୍କୁ କହିଥିଲେ , ଏକ କୋରିୟର ଆସିଛି। ଏଥିରେ କିଛି ଅଳଙ୍କାର ଏବଂ କିଛି ଗୁରୁତ୍ବପୂର୍ଣ୍ଣ ଜିନିଷ ରହିଛି। ମହିଳା ଜଣକ ନିଜକୁ କଷ୍ଟମ ବିଭାଗର କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ପାର୍ସଲ ନେବା ନାଁରେ  ମହିଳା ଜଣକ ୩ଲକ୍ଷ ଟଙ୍କା ଜମା କରିଥିଲେ । ଏହା ପରେ ପୁଣି ଅନ୍ୟ ଏକ କଲ ଆସିଥିଲା। ୩ ଲକ୍ଷ ଟଙ୍କା ଜମା କରିବାକୁ କୁହାଯାଇଥିଲା। ଏପରିକି ୩ୟ ଥର ମଧ୍ୟ ସେ ୨ ଲକ୍ଷ ଟଙ୍କା ଜମା କରିଥିଲେ। ତାପରେ ପୀଡିତା ଜଣଙ୍କର ସନ୍ଦେହ ହୋଇଥିଲା। ଏହାପରେ ସେ ଘଟଣାକୁ ନେଇ ଗୁଡୱା ପୁଲିସ ଷ୍ଟେସନରେ ଏତଲା ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍ ଅଧିକ ତଦନ୍ତ ଜାରି ରଖିଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories