www.samajalive.in
Friday, December 5, 2025
20.1 C
Bhubaneswar

ଓଡିଶା ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନ: ୧୭ ଯାଏଁ ନିର୍ବାଚନ ପ୍ରସ୍ତୁତିର କରିବେ ସମୀକ୍ଷା

ଭୁବନେଶ୍ବର: ଆଜି (ଗୁରୁବାର) ମୁଖ୍ୟ ନିର୍ବାଚନ କମିଶନ ଓଡିଶା ଆସୁଛନ୍ତି। ନିର୍ବାଚନ କମିଶନା ରାଜୀବ କୁମାରଙ୍କ ନେତୃତ୍ବରେ ୭ ଜଣିଆ ଟିମ୍ ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଓଡିଶାରେ ୧୭ ତାରିଖ ଯାଏଁ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ। ୧୬ ତାରିଖରେ ନିର୍ବାଚନ କମିଶନର ବିଭିନ୍ନ ଜାତୀୟ ଏବଂ ଆଂଚଳିକ ରାଜନୈତିକ ଦଳ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ରାଜ୍ୟ ପଦାଧିକାରୀ, ଡିଇଓ,ଏସପି, ସିପି ଏବଂ ଆଇଜିଙ୍କ ସହ ମଧ୍ୟ ଆଲୋଚନା କରିବେ। ଏହାସହ ଇଭିଏମ୍ ସ୍ଥିତି, ବୁଥ୍ ସ୍ତରୀୟ ପ୍ରସ୍ତୁତି ସ୍ଥିତିର ମଧ୍ୟ ସମୀକ୍ଷା କରିବେ। କିଛି ଦିନ ପୂର୍ବରୁ ନୂଆଦିଲ୍ଲୀରେ ନିର୍ବାଚନ କମିଶନ ସବୁ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ବୈଠକ କରିଥିଲେ। ସ୍ବଚ୍ଛ, ଅବାଧ, ନିରପେକ୍ଷ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ବ ଦେଇଥିଲେ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories