www.samajalive.in
Sunday, December 7, 2025
26.1 C
Bhubaneswar

ବାସି ନାନ୍‌କୁ ଧୋଇ ଖାଉଥିବା ମହିଳାଙ୍କ ଭିଡିଓ ଭାଇରାଲ, ଜୋର ଧରିଛି ତର୍କ ବିତର୍କ

ଡେସ୍କ: ଲୋକମାନେ ସାଧାରଣତଃ ବଳକା ଖାଦ୍ୟକୁ ପରଦିନ ଗରମ କରି ଖାଆନ୍ତି। ଠିକ୍‌ ଏମିତି କିଛି କରୁଥିବା ଜଣେ ମହିଳାଙ୍କ ଭିଡିଓ ଏବେ ବେଶ୍‌ ଭାଇରାଲ ହେଉଛି। ମହିଳାଙ୍କ ବଳକା ନାନ୍‌କୁ ଗରମ କରି ଖାଇବା ପଦ୍ଧତି ଲୋକଙ୍କୁ ଚକିତ କରିଦେଇଛି। ଇନଷ୍ଟାଗ୍ରାମରେ ଜଣେ ୟୁଜର ନିକଟରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ବଳକା ଖାଦ୍ୟକୁ ପରଦିନ ଖାଇଲେ କିପରି ୧୦ ଗୁଣ ଅଧିକ ସ୍ୱାଦିଷ୍ଟ ଲାଗେ ସେ ବିଷୟରେ କୁହାଯାଇଛି।

ଭିଡିଓରେ ଅଲିଶାୟ ନାମ୍ନୀ ମହିଳା ଟ୍ୟାପ୍ ପାଣି ତଳେ ଏକ ନାନ୍‌କୁ ଧୋଉଥିବା ଏବଂ ପରେ ଏହାକୁ ଖାଇବା ପୂର୍ବରୁ ତାୱାରେ ତେଲରେ ସେକୁଥିବା ଦେଖିବାକୁ ମିଳିଛି। ତାଙ୍କୁ ଏହା କରୁଥିବା ଦେଖି ସାମାଜିକ ମାଧ୍ୟମରେ ଲୋକେ ଆଶ୍ଚର୍ଯ୍ୟ ହୋଇ ଅନେକ କମେଣ୍ଟ ଦେଉଛନ୍ତି। କିଛି ଲୋକ କହିଛନ୍ତି ଯେ, ସେମାନେ ଏହିପରି ବାସି ରୁଟିକୁ ଗରମ କରନ୍ତି, ଆଉ କେତେକ ଏହି ଉପାୟରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ତର୍କ ବିତର୍କ ଜୋର ଧରିଛି।

- Advertisement -


ଭିଡିଓ ଶେୟାର କରି ସେ ଲେଖିଛନ୍ତି, ବାସି ଖାଦ୍ୟର ସ୍ବାଦ ପୂର୍ବ ରାତି ତୁଳନାରେ ୧୦ ଗୁଣା ଅଧିକ ସ୍ବାଦିଷ୍ଟ ଲାଗେ, ଏ କଥାରେ ମୋ ସହ କେହି ଯୁକ୍ତି କରିପାରିବେ ନାହିଁ। ମୁଁ ଏହାକୁ ପୁଣି ଖାଇବାକୁ ଯାଉଛି। ନାନ୍‌କୁ କାହିଁକି ଧୋଇଲେ ତା’ର କାରଣ ମଧ୍ୟ ସେ ଲେଖିଛନ୍ତି। ସେ କହିଛନ୍ତି ଯଦି ଆପଣ ବାସି ରୁଟିକୁ ଧୋଇ ଏହାକୁ ସେକୁଛନ୍ତି, ତେବେ ଏହା ନରମ ହୋଇ ପୁଣି ସତେଜ ରୁଟି ଭଳି ହୋଇଯିବ। ମୁଁ ଫିଲ୍ଟର ପାଣି ବ୍ୟବହାର କରିଛି, ଦୟାକରି ପିଇବାଯୋଗ୍ୟ ପାଣି ବ୍ୟବହାର କରନ୍ତୁ। ଟ୍ୟାପ୍‌ ପାଣି ନୁହେଁ।

ଭିଡିଓ ଶେୟାର କରାଯିବା ପରେ ଏହାକୁ ୮ ଲକ୍ଷରୁ ଊର୍ଦ୍ଧ୍ବ ଲାଇକ୍‌ ଓ ୩୨ ମିଲିୟନରୁ ଅଧିକ ଥର ଦେଖା ସରିଲାଣି। କେତେକ ଲୋକ ଏହା ସପକ୍ଷରେ ମତ ଦେଇଥିବାବେଳେ ଅନେକ ଲୋକ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories