www.samajalive.in
Saturday, December 6, 2025
15.1 C
Bhubaneswar

ରାଏବରେଲୀ ଆସନରୁ ନିର୍ବାଚନ ଲଢିବେ କି ପ୍ରିୟଙ୍କା? ରାଜ୍ୟସଭା ଯିବେ ସୋନିଆ

ନୂଆଦିଲ୍ଲୀ: ଏଥର ଲୋକସଭା ନିର୍ବାଚନ ଲଢିପାରନ୍ତି ପ୍ରିୟଙ୍କା ଗାନ୍ଧୀ ଏବଂ ରାଜ୍ୟସଭା ଯାଇପାରନ୍ତି ସୋନିଆ ଗାନ୍ଧୀ। ଉତ୍ତରପ୍ରଦେଶର ପାରମ୍ପାରିକ ଆସନ ରାଏବରେଲୀରୁ ଏଥିର ଝିଅ ପ୍ରିୟଙ୍କାଙ୍କୁ ଛିଡା କରାଇବାକୁ ସୋନିଆ ଚାହୁଁଥିବା କଂଗ୍ରେସ ଶିବିରରେ ଆଲୋଚନା ହେଉଛି। ଯଦି ପ୍ରିୟଙ୍କା ରାଏବରେଲୀ ଆସନରୁ ଲଢିବେ ତେବେ ଏହା ତାଙ୍କ ପ୍ରତ୍ୟେକ୍ଷ ନିର୍ବାଚନ ହେବ। ସେପଟେ ଲୋକସଭା ଆସନ ଛାଡି ରାଜ୍ୟସଭା ଯାଇପାରନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଅସୁସ୍ଥ ଥିବାରୁ ଲୋକସଭା ନିର୍ବାଚନ ନଲଢି ସୋନିଆ ରାଜ୍ୟସଭା ଯିବେ ବୋଲି ଚର୍ଚ୍ଚା ହେଉଛି। ତେବେ ବୁଧବାର ରାଜସ୍ଥାନରୁ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିପାରନ୍ତି ସୋନିଆ।
ରାଏବରେଲୀ ଆସନ କଂଗ୍ରେସ ପାଇଁ ବେଶ ଗୁରୁତ୍ୱ ବହନ କରେ। ୨୦୧୪ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରୁ କଂଗ୍ରେସକୁ ମାତ୍ର ୨ଟି ଆସନରେ ମିଳିଥିଲା। ତାହା ହେଲଶ ଅମେଠି ଓ ରାଏବରେଲୀ। ୨୦୧୯ରେ ରାହୁଲ ଗାନ୍ଧୀ ଅମେଠିରୁ ହାରିବା ପରେ କେବଳ ରାଏବରେଲୀରୁ ଜିତିଥିଲେ ସୋନିଆ। ୨୦୧୯ରେ ପ୍ରିୟଙ୍କା ରାଜନୀତିରେ ପ୍ରବେଶ କରିବା ପରେ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ଉତ୍ତରପ୍ରଦେଶରେ ଦଳକୁ ମଜଭୁତ କରିବା ଲାଗି ଦଳ ତାଙ୍କୁ ମହାସଚିବ ନିଯୁକ୍ତ କରିଥିଲା ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories