www.samajalive.in
Friday, December 12, 2025
23.1 C
Bhubaneswar

ଦୁଇ ଦିନିଆ ମୟୂରଭଞ୍ଜ ଜିଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଉଦଘାଟିତ 

ଖୁଣ୍ଟା : ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ପଶୁଦା ହାଇସ୍କୁଲ ପରିସରରେ ମୟୂରଭଞ୍ଜ ଜିଲା ସ୍ତରୀୟ ୩୭ ତମ ବିଜ୍ଞାନ, ଗଣିତ ଓ ପରିବେଶ ପଦର୍ଶନୀ ସମେତ ସପ୍ତମ ପ୍ରକଳ୍ପ ପଦର୍ଶନୀ ମଙ୍ଗଳବାର ଉଦଘାଟିତ ହୋଇଯାଇଛି। ଉକ୍ତ ପ୍ରଦର୍ଶନୀର ପ୍ରଥମ ଦିନରେ ଜିଲାର ବିଭିନ୍ନ ବିଦ୍ୟାଳୟରୁ ଦୁଇଶହ ପ୍ରକଳ୍ପ ସ୍ଥାନ ପାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ବିନୀତ ଭରଦ୍ୱାଜ ଯୋଗଦେଇ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ। ଜିଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ବକ୍ତା ଭାବେ ବାରିପଦା ବନଖଣ୍ଡ ଅଧିକାରୀ ସ୍ୱୟମ ମଲ୍ଲିକ, ସମ୍ମାନୀତ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ରାଜେଶ କୁମାର ପ୍ରଧାନ, ଜିଲା ବିଜ୍ଞାନ ପରିଦର୍ଶକ ଜଗନ୍ନାଥ ସାହୁ, ପ୍ରଦର୍ଶନୀର ସାଙ୍ଗଠନିକ ସମ୍ପାଦକ ତଥା ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଜେନ୍ଦ୍ର କଟୁଆଳ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀ ମାନେ ବିଜ୍ଞାନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିବା ସହିତ ଉକ୍ତ ଜ୍ଞାନ କେମିତି ଜନସାଧାରଣଙ୍କ ନାନବିଧ କଲ୍ୟାଣ ଓ ଦେଶ ଗଠନରେ ଉପଯୋଗ କରାଯାଇପାରିବ ସେ ସମ୍ପର୍କରେ ଅତିଥିମାନେ ଆହ୍ୱାନ ଦେଇଥିଲେ। ଅନ୍ୟାମାନଙ୍କ ମଧ୍ୟରେ ବାରିପଦା ବ୍ଲକ ଶିକ୍ଷା ଅଧିକାରୀ ପ୍ରଜ୍ଞାପରମିତା ଜେନା, ସିଆରସିସି ସୁବୋଧ ଦାସ, ବଙ୍କିମ ବାରିକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ହୋଇଥିଲେ।

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories