www.samajalive.in
Sunday, December 14, 2025
16.1 C
Bhubaneswar

ନଜର ଆସିଲେ ଅସଂଖ୍ୟ ମଶା, ସମସ୍ତଙ୍କୁ ଚକିତ କଲା ଭାଇରାଲ ଭିଡିଓ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁ ଥିରେ ଅସଂଖ୍ୟ ମଶା ଉଡୁଥିବା ନଜର ଆସୁଛନ୍ତି । ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ଭାଇରାଲ ହେଉଥିବା ଏହି ଭିଡିଓରେ ଆକାଶରେ ଏମିତି ଦୃଶ୍ୟ ନଜର ଆସୁଛି ଯାହାକୁ ଦେଖି କେହି ବି ନିଜ ଆଖିକୁ ବିଶ୍ବାସ କରିପାରୁନାହାଁନ୍ତି ।

- Advertisement -

ଏହି ଭିଡିଓ ପୁଣେର ବୋଲି କୁହାଯାଉଛି । ଏହି ସମୟରେ ଏକାଥରେ ଅସଂଖ୍ୟ ମଶା ଏକାଠି ଉଡୁଥିବା ନଜର ଆସୁଛନ୍ତି । ଖାଲି ସେତିକି ନୁହେଁ, ମଶାମାନେ ଉଡୁଥିବା ସମୟରେ ଏକ ପ୍ରକାର ଶବ୍ଦ ମଧ୍ୟ ହୋଇଥିଲା । ଲୋକମାନେ ଭିଡିଓ ଦେଖି ଚକିତ ହେବା ସହ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି । ସମସ୍ତେ ଏହାକୁ ଏକ ଭୟାନକ ଦୃଶ୍ୟ ବୋଲି କହୁଛନ୍ତି । ତେବେ କେହି କେହି କହୁଛନ୍ତି କି ଏହା ମଶା ନୁହେଁ, ବରଂ ଏକ ପ୍ରକାର କୀଟ ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଭିଡିଓକୁ ସେୟାର କରାଯାଇଛି । ୨ ମିନିଟ ୪ ସେକେଣ୍ଡର ଏହି ଭିଡିଓକୁ ଦେଖି ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଭିଡିଓଟି ଲଗାତର ସେୟାର ହେବାରେ ଲାଗିଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories