www.samajalive.in
Sunday, December 14, 2025
23.1 C
Bhubaneswar

ଆନ୍ତଃ ବିଶ୍ଵବିଦ୍ୟାଳୟ କ୍ରୀଡା:  ୬ ପଦକ ପାଇଲା  ମାଁ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ

ଭବାନୀପାଟଣା: କଟକ ରେଭେନ୍ସା ବିଶ୍ଵ ବିଦ୍ୟାଳୟରେ ଅନୁଷ୍ଠିତ ଆନ୍ତଃବିଶ୍ଵ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ ମାଁ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟର ଖେଳାଳିମାନେ ୩ ସ୍ଵର୍ଣ୍ଣ ପଦକ ସମେତ ମୋଟ ୬ ଟି ପଦକ ପାଇ ଗୌରବ ଅର୍ଜନ କରିଛନ୍ତି। ଏହି କ୍ରୀଡା ପ୍ରତିଯୋଗିତାରେ ପୁରୁଷ ବ୍ୟାଡମିଣ୍ଟନରେ ଦେବଦତ୍ତ ବାଣୁଆ ଚମ୍ପିୟାନ ହେଇ ସ୍ଵର୍ଣ୍ଣ ପଦକ ପାଇଥିବା ବେଳେ ପୁରୁଷ କ୍ୟାରମରେ ସୌମ୍ୟ ତ୍ରିପାଠୀ ଏବଂ ମହିଳା କ୍ୟାରମରେ ଲୋପିତା ମହାନନ୍ଦ ଚମ୍ପିୟାନ ହେଇ ସ୍ଵର୍ଣ୍ଣ ପଦକ ପାଇଛନ୍ତି।

ଚେସ ଖେଳରେ ତୁଷାରକାନ୍ତ ସାହୁ ଦ୍ଵିତୀୟ ସ୍ଥାନ ଅଧିକାର କରି ରୋପ୍ୟ ପଦକ ପାଇଛନ୍ତି। ଏଥିସହିତ ମହିଳା ବ୍ୟାଡମିଣ୍ଟନରେ ପ୍ରମିଳା ଶବର ବ୍ରୋଞ୍ଜ ପଦକ ଏବଂ ପୁରୁଷ ଭଲିବଲରେ ଦଳଗତ ଭାବେ ବ୍ରୋଞ୍ଜ ପଦକ ପାଇ ଗୌରବ ଅର୍ଜନ କରିଛନ୍ତି। ଗତ ୬ ରୁ ୧୩ ତାରିଖ ଯାଏଁ ରେଭେନ୍ସା ରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଆନ୍ତଃବିଶ୍ଵବିଦ୍ୟାଳୟ ଖେଳକୁଦ ପ୍ରତିଯୋଗିତାରେ ଯୋଗଦେଇଥିବା ରାଜ୍ୟର ୧୫ଟି ବିଶ୍ଵ ବିଦ୍ୟାଳୟ ମଧ୍ୟରେ ମାଁ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ପଦକ ସଂଖ୍ୟାରେ ୪ ନମ୍ବର ରାଙ୍କରେ ପହଞ୍ଚିଥିଲା। ଏହି ଖବର ଜିଲାର ଖେଳାଳି ମହଲରେ ଆନନ୍ଦ ପ୍ରକାଶ ପାଇଛି।

- Advertisement -

ରେଭେନ୍ସାରେ ଅନୁଷ୍ଠିତ ଆନ୍ତଃ ବିଶ୍ଵ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ପାଇଥିବା ଖେଳାଳିଙ୍କୁ ୩୦ ହଜାର, ରୌପ୍ୟ ପଦକ ପ୍ରାପ୍ତ ଖେଳାଳିଙ୍କୁ ୧୫ ହଜାର ଏବଂ ବ୍ରୋଞ୍ଜ ପଦକ ପ୍ରାପ୍ତ ଖେଳାଳିଙ୍କୁ ୫ ହଜାର ଅର୍ଥରାଶି ପୁରସ୍କାର ସହିତ ପ୍ରମାଣ ପତ୍ର ମିଳିଛି। ସେହିଭଳି ବ୍ରୋଞ୍ଜ ପଦକ ପ୍ରାପ୍ତ ଭଲିବଲ ଦଳକୁ ୧୨,୫୦୦ ଟଙ୍କା ଅର୍ଥରାଶି ପୁରସ୍କାର ସହ ପ୍ରମାଣପତ୍ର ମିଳିଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories