www.samajalive.in
Sunday, December 14, 2025
26.1 C
Bhubaneswar

ବିଜେପୁର ପଞ୍ଚାୟତରେ ବିକାଶ ନକ୍ସା ଆଙ୍କୁଛି ଆମ ଓଡ଼ିଶା ନବୀନ ଓଡ଼ିଶା

ଲାଞ୍ଜିଗଡ଼: ବିଜୁ ବାବୁଙ୍କ ସ୍ବପ୍ନ ଓଡ଼ିଶା ଗଠନ ଦିଗରେ ଦୀର୍ଘ ୨୫ ବର୍ଷ ଧରି ପ୍ରୟାସ କରି ଆସୁଛି ବିଜୁଜନତା ଦଳ। ନବୀନ ପଟ୍ଟନାୟକଙ୍କ ବରିଷ୍ଠ ନେତୃତ୍ୱ ସହ ନିର୍ବାଚିତ ଜନପ୍ରତିନିଧି ଓ ପ୍ରଶାସନର ସହଯୋଗ କ୍ରମେ ଓଡ଼ିଶାର ବିକାଶ ଧାରା ଦ୍ରୁତ ଗତିରେ ଆଗେଇ ଚାଲିଛି। ଯେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟରେ ସାଧାରଣ ଜନତାଙ୍କ ସହ ଭାଗିଦାରିତା ନିତ୍ୟାନ୍ତ ଆବଶ୍ୟକ। ଏହାକୁ ଉପଲବ୍ଧ କରି ରାଜ୍ୟ ସରକାର ପଞ୍ଚାୟତ ସ୍ତରରେ ଆରମ୍ଭ କରିଛନ୍ତି ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର।

୫ଟି ଯୋଜନା ମାଧ୍ୟମରେ ରୂପାନ୍ତରିତ କାର୍ଯ୍ୟକ୍ରମ ଅଧିକ ଗୁରୁତ୍ୱ ଦିଆଯିବା ସହ ବିକାଶ ନକ୍ସା ଆଙ୍କୁଛି ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର । ଏହି ପରିପେକ୍ଷୀରେ ମଙ୍ଗଳବାର କଳାହାଣ୍ଡି ଜିଲା ଲାଞ୍ଜିଗଡ ବିଜେପୁର ଖେଳ ପଡ଼ିଆରେ ସ୍ଥାନୀୟ ସରପଞ୍ଚ ଜନନୀ ମାଝୀଙ୍କ ଅଧକ୍ଷତାରେ ଆୟୋଜିତ ହୋଇଯାଇଛି ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ।

- Advertisement -

ଏଥିରେ ମୁଖ୍ୟ ଅତିଥିଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଦସ୍ୟ ପରୀକ୍ଷିତ ନାଏକ, କେକେଡିଏ ସ୍ଵତନ୍ତ୍ର ଅଧିକାରୀ ଶରତ ଚନ୍ଦ୍ର ସାହୁ, ଲାଞ୍ଜିଗଡ଼ ପ୍ରେସ କ୍ଲବ ସଭାପତି କୈଳାସ ସାହୁ, ପିଇଡବ୍ଲୁ ମିଡିଆ ସଭାପତି ନିଲେଶ ନାଗ , ସମିତି ସଭ୍ୟା ଭୂମିକା ମାଝୀ, ପୁର୍ବତନ ସରପଞ୍ଚ ପୂର୍ଣ୍ଣ ମାଝୀ , ନାଏବ ସରପଞ୍ଚ ଇନ୍ଦ୍ର ମାଝୀ,ସମାଜ ସେବୀ ହରିଶଙ୍କର ପାତ୍ର ପ୍ରମୁଖ ମଞ୍ଚାସିନଥିଲେ। ଏଥିରେ ମୁଖ୍ୟ ବକ୍ତା ଭାବେ ଲାଞ୍ଜିଗଡ଼ ସହକାରୀ ଯନ୍ତ୍ରୀ ସାଲକୋ ହେମ୍ରମ୍ ଯୋଗଦେଇ ରାଜ୍ୟସରକାରଙ୍କ ବିଭିନ୍ନ ଯୋଜନା ଗୁଡ଼ିକର ରୂପାନ୍ତରିତକରଣ ବିଷୟରେ ମାର୍ଗଦର୍ଶନ କରିଥିଲେ। ଏହି ଅବସରରେ କୃଷି ଉଦ୍ୟାନ,ସ୍ୱାସ୍ଥ୍ୟ,ଶିକ୍ଷା,ସମନ୍ୱିତ ଶିଶୁବିକାଶ, ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇଛି । ଏଥିରେ ବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ସମେତ ବିଭିନ୍ନ ସାଂସ୍କୃତିକ ଦଳ ଯୋଗଦେଇ ରାଜ୍ୟ ସରକାରଙ୍କ ଅନେକ ଜନହିତକାରୀ ଯୋଜନାକୁ ନୃତ୍ୟ ସଂଗୀତ ମାଧ୍ୟମରେ ପ୍ରଦର୍ଶନ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories