www.samajalive.in
Saturday, December 13, 2025
26.1 C
Bhubaneswar

ଏବେ ଆଉ କେହି ପଢି ପାରିବେନି ଆପଣଙ୍କ ହ୍ବାଟ୍ସଆପ୍‌ ଚାଟ୍‌, ଆସୁଛି ନୂଆ ଫିଚର

ଡେସ୍କ: ହ୍ବାଟ୍ସଆପ୍‌ ନିଜ ୟୁଜରଙ୍କ ବ୍ୟକ୍ତିଗତ ତଥା ଗୋପନୀୟ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ସମୟ ସମୟରେ ଅପ୍‌ଡେଟ୍‌ ଓ ନୂଆ ଫିଚର୍‌ମାନ ଆଣିଥାଏ। ଏହିଭଳି ଏକ ଫିଚର୍‌ ହେଉଛି ଚାଟ୍‌ ଲକ୍‌ ଫିଚର୍‌, ଯାହାକୁ ଏବେ ଅପ୍‌ଡେଟ୍‌ କରିଦିଆଯାଇଛି। ହ୍ବାଟ୍ସଆପ୍‌କୁ ଭିନ୍ନ ଭିନ୍ନ ଡିଭାଇସ୍‌ରେ ବ୍ୟବହାର କରୁଥିବା ୟୁଜରଙ୍କ ପାଇଁ ଏହା ବେଶ୍‌ ଉପଯୋଗୀ।

ହ୍ବାଟ୍ସଆପ୍‌ରେ ଚାଟ୍‌ ଲକ୍‌ ନାମକ ଏକ ଫିଚର ଅଛି, ଯାହା ଆପଣଙ୍କ ସ୍ମାର୍ଟଫୋନରେ ହ୍ବାଟ୍ସଆପ୍‌ ଚାଟ୍‌ ଲକ୍‌ କରିବାରେ ସାହାଯ୍ୟ କରିଥାଏ। ଏହାଦ୍ବାରା ପାସ୍‌ୱର୍ଡ ଜାଣିଥିଲେ ମଧ୍ୟ କେହି ଆପଣଙ୍କ ହ୍ବାଟ୍ସଆପ୍‌ ଚାଟ୍‌ ପଢିପାରିବେ ନାହିଁ। ଯଦି ଆପଣ ମଧ୍ୟ ଚାହୁଁଛନ୍ତି କି, ଆପଣଙ୍କ ହ୍ବାଟ୍ସଆପ୍‌ ଚାଟ୍‌ କେହି ନ ପଢିପାରନ୍ତୁ ଏବଂ ଆପଣଙ୍କ ବ୍ୟକ୍ତିଗତ ତଥା ଗୋପନୀୟ ତଥ୍ୟ ସୁରକ୍ଷିତ ରହୁ, ତେବେ ଏଥିପାଇଁ ହ୍ବାଟ୍ସଆପ୍‌ ଚାଟ୍‌ ଲକ୍‌ ସେଟିଙ୍ଗ୍‌ ଆକ୍ଟିଭେଟ୍ କରିବାକୁ ପଡ଼ିବ।

- Advertisement -

ଏହି ଫିଚରକୁ ଏବେ ମୋବାଇଲ୍‌ ଡିଭାଇସ୍‌ ସହ ହ୍ବାଟ୍ସଆପ୍‌ ଲିଙ୍କ୍‌ଡ ଡିଭାଇସ୍‌​‌ରେ ମଧ୍ୟ ଉପଲବ୍ଧ କରାଯାଇଛି। ହ୍ବାଟ୍ସଆପ୍‌ର ମୁଖ୍ୟ ଡିଭାଇସ୍‌ରେ ଚାଟ୍‌ ଲକ୍‌ କରିବା ପରେ ବାକି ସବୁ ଡିଭାଇସ୍‌ରେ ଚାଟ୍‌ ଲକ୍‌ ଲାଗିଯିବ। ଏପର୍ଯ୍ୟନ୍ତ ହ୍ବାଟ୍ସଆପ୍‌ ବ୍ୟବହାରକାରୀ ନିଜ ମୁଖ୍ୟ ଡିଭାଇସ୍‌ରେ ତ ଚାଟ୍ ଲକ୍ କରି ଦେଉଥିଲେ, ହେଲେ ଅନ୍ୟ ଡିଭାଇସ୍‌ ମାଧ୍ୟମରେ ହ୍ବାଟ୍ସଆପ୍ ତଥ୍ୟ ଲିକ୍ ହେବାର ଭୟ ରହୁଥିଲା କିନ୍ତୁ ଏବେ ଏହି ଭୟ ମଧ୍ୟ ଦୂର ହୋଇଯିବ।

ହ୍ବାଟ୍ସଆପ୍‌ର ନୂଆ ଚାଟ୍ ଲକ୍ ଫିଚର୍‌ର ବିଟା ଭର୍ସନ ବର୍ତ୍ତମାନ ଆଣ୍ଡ୍ରଏଡ୍‌ ଡିଭାଇସ୍ ତଥା ୟୁଜରଙ୍କ ପାଇଁ ଲାଗୁ କରାଯାଇଛି। ଖୁବଶୀଘ୍ର ଏହାକୁ ବାକି ଡିଭାଇସ୍‌ ପାଇଁ ମଧ୍ୟ ଲଞ୍ଚ୍‌ କରାଯିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories