www.samajalive.in
Saturday, December 6, 2025
26.1 C
Bhubaneswar

ପାକିସ୍ତାନ ପ୍ରଶଂସକଙ୍କୁ ଇର୍ଫାନଙ୍କ ସମାଲୋଚନା

ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ବକପ୍‌ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ଭାରତ ପରାସ୍ତ ହୋଇଥିଲା। ଭାରତ ପରାଜିତ ହେବା ପରେ ପାକିସ୍ତାନର ପ୍ରଶଂସକ ଭାରତୀୟ ଖେଳାଳିଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ କଟୁ ମନ୍ତବ୍ୟ ପ୍ରଦାନ କରିଥିଲେ। ପାକିସ୍ତାନ ପ୍ରଶଂସକଙ୍କ ଏପରି ମନୋଭାବକୁ ଇର୍ଫାନ ପଠାନ ନିନ୍ଦା କରିଛନ୍ତି। ଇର୍ଫାନ ଦର୍ଶାଇଥିଲେ, ପାକିସ୍ତାନର ୧୯ ବର୍ଷରୁ କମ୍‌ କ୍ରିକେଟ ଦଳ ବିଶ୍ବକପ୍‌ ଫାଇନାଲରେ ପ୍ରବେଶ କରିବାକୁ ବିଫଳ ହୋଇଥିଲା। ଭାରତ ଫାଇନାଲରେ ପ୍ରବେଶ କରି ନିଜ ଦକ୍ଷତା ପ୍ରମାଣିତ କରିଛି। ଭାରତ ଫାଇନାଲରେ ପରାସ୍ତ ହେବା ପରେ ଖେଳାଳିଙ୍କ ପ୍ରତି କଟୁ ମନ୍ତବ୍ୟ ପ୍ରଦାନ କରି ପାକିସ୍ତାନ କ୍ରିକେଟ ପ୍ରଶଂସକ ନିଜ ନକରାତ୍ମକ ମନୋଭାବର ପରିଚୟ ଦେଇଛନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories