www.samajalive.in
Saturday, December 6, 2025
15.1 C
Bhubaneswar

ଶନି ହେଲେ ଅସ୍ତ : ଏମାନଙ୍କର ହେବ ଧନଲାଭ,ଅଛି କି ଆପଣଙ୍କ ରାଶି?

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନିଦେବତା ବ୍ୟକ୍ତିଙ୍କୁ କର୍ମ ଅନୁଯାୟୀ ଫଳ ଦେଇଥାଆନ୍ତି। ଏହି କାରଣରୁ ଅନେକଙ୍କର ଶନି ଦେବତାଙ୍କୁ ନେଇ ସେମାନଙ୍କ ମନରେ ଭୟର ଭାବନା ଥାଏ। ୧୧ ଫେବ୍ରୁଆରୀ ୨୦୨୪ରେ ଶନି ଦେବତା କୁମ୍ଭ ରାଶିରେ ଅସ୍ତ ହୋଇଛନ୍ତି। ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିବ।
ମେଷ – ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ରାଶିରେ ଧନ ପ୍ରାପ୍ତିରେ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ମାତ୍ର କର୍ମକ୍ଷେତ୍ରରେ ଲାଭ ମିଳିବ। ବ୍ୟବସାୟରେ ମିଶ୍ରିତ ଫଳ ପ୍ରାପ୍ତି ହେବ। ସ୍ୱାସ୍ଥ୍ୟ ଜନିତ ବଡ ସମସ୍ୟା ଦେଖାଦେବ ନାହିଁ। ପାଦରେ ଯନ୍ତ୍ରଣା ଅନୁଭବ ହୋଇପାରେ।
ବୃଷ – ଏହି ରାଶିର ବ୍ୟକ୍ତି ବିଶେଷ କର୍ମକ୍ଷେତ୍ରରେ ମଧ୍ୟମ ଫଳ ମିଳିବ। ଚାକିରିରେ ପରିବର୍ତ୍ତନ ହୋଇପାରେ। ପାରିବାରିକ ସମସ୍ୟା ଦେଖା ଦେଇପାରେ। ସ୍ୱାସ୍ଥ୍ୟ ମଧ୍ୟମ ରହିବ। ବାଦବିବାଦରେ ପଡନ୍ତୁ ନାହିଁ।
ମିଥୁନ – ଦୂର ଯାତ୍ରାର ସମ୍ଭାବନା ରହିଛି। ଧନ ପ୍ରାପ୍ତି ହେବ। ଆଧ୍ୟାତ୍ମିକତାରେ ରୁଚି ବଢିବା ସହ ସଫଳତା ମିଳିବ। ଆର୍ଥିକ କ୍ଷେତ୍ରରେ ଲାଭବାନ୍‌‌ ହେବେ। ବ୍ୟବସାୟରେ ଉନ୍ନତି ହେବ। ଚାକିରିରେ ପଦନ୍ନୋତି ହେବ। ଉତ୍ତମ ସ୍ୱାସ୍ଥ୍ୟ ସହ ଜୀବନ ସାଥିଙ୍କ ସହ ଭଲରେ ଦିନ ଅତିବାହିତ ହେବ।
କର୍କଟ – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ହଠାତ୍‌‌ ଧନ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ପଦନ୍ନୋତି ତଥା ପ୍ରୋତ୍ସାହନ ମିଳିବ। ପରିବାର ମଧ୍ୟରେ ଭଲ ସମ୍ପର୍କ ସହ ସ୍ୱାସ୍ଥ୍ୟ ଉତ୍ତମ ରହିବ।
ସିଂହ – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ବ୍ୟବସାୟରେ ଆଶାନୁରୂପକ ଲାଭ ମିଳିବ। ଯାତ୍ରାର ସମ୍ଭାବନା ରହିଛି। ଯାତ୍ରା କାରଣରୁ ଲାଭବାନ୍‌‌ ହେବେ। ଜୀବନସାଥିଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ। ମୁଣ୍ଡ ବିନ୍ଧା ସମସ୍ୟା ଦେଖାଦେଇପାରେ।
କନ୍ୟା – ଏହି ରାଶିର ବ୍ୟକ୍ତି ବିଶେଷ ନୂତନ ବ୍ୟବସାୟ ପ୍ରୟାସରେ ସଫଳତା ପାଇବାରେ ବିଳମ୍ବ ହୋଇପାରେ। ଆର୍ଥିକ କ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ। ବ୍ୟବସାୟରେ ଲାଭ ମିଳିବାରେ ସମସ୍ୟା ଦେଖା ଦେଇପାରେ। ପରିବାର ସଦସ୍ୟଙ୍କ ସହ ଉତ୍ତମ ବୁଝାମଣା ରଖନ୍ତୁ।
ତୁଳା – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ସନ୍ତାନ ଜନିତ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଚାକିରି ବଦଳ କରିବାର ଯୋଗ ରହିଛି।ବ୍ୟବସାୟରେ ଆଶାନୁରୂପକ ଲାଭ ମିଳିନପାରେ। ଆଣ୍ଠୁଗଣ୍ଠି ସମସ୍ୟା ଦେଖାଦେଇପାରେ।
ବିଛା – ଏହି ରାଶିର ବ୍ୟକ୍ତି ବିଶେଷ ମାଆଙ୍କ ସ୍ୱାସ୍ଥ୍ୟ କାରଣରୁ ଚିନ୍ତିତ ରହି ପାରନ୍ତି। କର୍ମକ୍ଷେତ୍ରରେ ଚାପ ପଡିପାରେ। ବ୍ୟବସାୟରେ ଲାଭ ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିପାରେ। ପିଠିରେ ଯନ୍ତ୍ରଣା ଓ ନିଦରେ ସମସ୍ୟା ଦେଖା ଦେଇପାରେ।
ଧନୁ ରାଶି – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ମଧ୍ୟମ ଫଳ ମିଳିବ। କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ। ଜୀବନସାଥି ଓ ପରିବାର ବର୍ଗ ପ୍ରତି ଅଧିକ ଦାୟିତ୍ୱବାନ୍‌‌ ହୁଅନ୍ତୁ।ବିଦେଶରେ କାମ କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିପାରେ। ଦାନ୍ତ ଜନିତ ସମସ୍ୟା ଦେଖାଦେଇପାରେ।
ମକର – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଆର୍ଥିକ କ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ। ଚାକିରିରେ ପରିବର୍ତ୍ତନ ହୋଇପାରେ। ବ୍ୟବସାୟରେ ମିଶ୍ରିତ ଫଳ ମିଳିବ। ଭାବିଚିନ୍ତି ସମସ୍ତ ନିଷ୍ପତ୍ତି ନିଅନ୍ତୁ। ଆଖିରେ ଜଳାପୋଡା, ଦାନ୍ତରେ ଯନ୍ତ୍ରଣା, ପେଟ ଜନିତ ସମସ୍ୟା ଦେଖାଦେଇପାରେ।
କୁମ୍ଭ – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ୍‌‌ ହେବା ଆବଶ୍ୟକ। ଆଖିରେ ସଂକ୍ରମଣ ହେବାର ସମ୍ଭାବନା ରହିଛି। କର୍ମକ୍ଷେତ୍ର ଓ ବ୍ୟବସାୟରେ ସମସ୍ୟା ଦେଖାଦେଇପାରେ। ଯାତ୍ରା ସମୟରେ ଧନହାନୀ ହୋଇପାରେ। ଅଂହକାରରୁ ଦୂରେଇ ରୁହନ୍ତୁ। ନିଦରେ ସମସ୍ୟା ଦେଖାଦେଇପାରେ।
ମୀନ – ଏହି ରାଶିର ବ୍ୟକ୍ତି ବିଶେଷ ଧୈର୍ଯ୍ୟ ସହ କାର୍ଯ୍ୟ କରନ୍ତୁ। ଅଧିକ ପରିଶ୍ରମ କରିବାକୁ ପଡିପାରେ। ଧନହାନୀ ହୋଇପାରେ। ଚିଡ୍‌‌ଚିଡ୍‌‌ ଲାଗିପାରେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍‌‌ ହୁଅନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories