www.samajalive.in
Friday, December 5, 2025
27.1 C
Bhubaneswar

ନୀତୀଶଙ୍କୁ କଡା ଜବାବ ଦେଲେ ତେଜସ୍ୱୀ; କହିଲେ ପୁଣି ପଲଟିବେ ନାହିଁ ବୋଲି ମୋଦୀ ଦେବେ କି ଗ୍ୟାରେଣ୍ଟି

ପାଟନା: ବିହାର ବିଧାନସଭାରେ ବହୁମତ ସାବ୍ୟସ୍ତ ପୂର୍ବରୁ ନୀତୀଶ କୁମାରଙ୍କୁ କଡା ଜବାବ ଦେଇଛନ୍ତି ଆରଜେଡି ନେତା ତେଜସ୍ୱୀ ଯାଦବ। ତେଜସ୍ୱୀ କହିଛନ୍ତି ଯେ ଆପଣ କୌଣସି ସୂଚନା ନଦେଇ ରାଜଭବନକୁ ଯାଇଥିଲେ, ମେଣ୍ଟରେ ଯଦି କୌଣସି ଦ୍ୱନ୍ଦ୍ୱ ଥିଲା ତେବେ ଥରେ ପଚାରି ପାରିଥାନ୍ତେ। ପଚାରିବା କିମ୍ବା ସୂଚନା ଦେବା ଉଚିତ ନଭାବି ଆପଣ ସିଧା ରାଜଭବନ ପଳାଇଲେ। ନୀତୀଶଙ୍କୁ ଟାର୍ଗେଟ କରି ତେଜସ୍ୱୀ ଆହୁରୀ ମଧ୍ୟ କହିଛନ୍ତି ଆପଣ ୯ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏଥିପାଇଁ ଆପଣଙ୍କୁ ଅଭିନନ୍ଦନ। କିନ୍ତୁ ପ୍ରଥମ ଥର ପାଇଁ ସମାନ ଅବଧିରେ ୩ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଆଶ୍ଚର୍ଯ୍ୟଜନକ ଭାବେ ଦେଖିଲି। ଉପମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ତେଜସ୍ୱୀ। କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରତି ମୋର ସମ୍ମାନ ଅଛି, ସେପରି ରହିବ ମଧ୍ୟ। ଏକାଠି କାମ କରିବାର ସୁଯୋଗ ପାଇଥିଲି, ମୋ କାମ ମୁଁ ନିର୍ବାହ କରିଛି। ନୀତୀଶ ଜି ଅନେକ ଥର କହିଥିଲେ ଯେ ମୁଁ ତାଙ୍କ ପୁଅ ପରି। ମୁଁ ମଧ୍ୟ ତାଙ୍କୁ ଅଭିଭାବକ ଭାବରେ ବିବେଚନା କରିଛି। ବିହାର ଜନତା ଜାଣିବାକୁ ଚାହୁଁଛନ୍ତି ଯେ ଅପାଣ କାହିଁକି ବାରମ୍ବାର ଏଭଳି ଦୌଡୁଛନ୍ତି। କିଛି ଏଭଳି କହି ନୀତୀଶଙ୍କୁ ଟାର୍ଗେଟ କରିଛନ୍ତି ତେଜସ୍ୱୀ ଯାଦବ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories