www.samajalive.in
Sunday, December 7, 2025
26.1 C
Bhubaneswar

ଜଙ୍ଗଲରେ ନର କଙ୍କାଳ ଠାବ: ପୁଲିସର ତଦନ୍ତ ଆରମ୍ଭ

ଦେବଗଡ଼ : ଦେବଗଡ ଥାନା କାଉଁଶିବାହାଳ ଗାଁ ନିକଟ ଜଙ୍ଗଲ ଭିତରେ ଏକ ନରକଙ୍କାଳ ଠାବ କରାଯାଇଛି । ମଗରମୁହିଁ ହୁଲି ଜଙ୍ଗଲ ଭିତରେ ଏକ ନରକଙ୍କାଳ ଦେଖି ସ୍ଥାନୀୟ ଲୋକ ପୁଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ଦେବଗଡ ପୁଲିସ ପହଂଚି ନରକଙ୍କାଳ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଜବତ ହୋଇଥିବା ନରକଙ୍କାଳ ସଇଡା ଗ୍ରାମର ଲୋଚନ ଶବରଙ୍କ ୨୦ ବର୍ଷର ପୁଅ ସନ୍ତୋଷ ଶବରଙ୍କ ହୋଇଥିବା ପରିବାର ଲୋକ ଚିହ୍ନଟ କରିଛନ୍ତି । ନରକଙ୍କାଳ ପାଖରେ ପଡିଥିବା ପ୍ୟାଂଟ ଓ ସାର୍ଟକୁ ଦେଖି ଚିହ୍ନଟ କରାଯାଇଛି । ସନ୍ତୋଷ କାଉଁଶିବାହାଳ ଗ୍ରାମର ଦୂର ସମ୍ପର୍କିୟ ବିମ୍ବାଧର ଲୁହୁରାଙ୍କ ଘରେ ରହି ମନୋଜ ସାହୁଙ୍କ ପାଖରେ କାମ କରୁଥିଲେ । ପ୍ରାୟ ୫ ମାସରୁ ଅଧିକ ହେବ ସନ୍ତୋଷ ନିଖୋଜ ଥିବା ବେଳେ ତାଙ୍କ କଙ୍କାଳ ଜବତ ହୋଇଛି । ତେବେ ସନ୍ତୋଷଙ୍କୁ ହତ୍ୟା କରାଯାଇଛି ନା ଏହା ପଛରେ ଆଉ କିଛି ଘଟଣା ଲୁଚି ରହିଛି ସେନେଇ ପୁଲିସ ଅଧିକ ଖୋଲତାଡ କରୁଛି ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories