BJD Bijuli 480×75 Mob

ଦାବି ପୂରଣ ନହେଲେ ଭୋଟ ବର୍ଜନ କରିବୁ

BJD Bijuli 480×75 Mob

ଭୁବନେଶ୍ୱର: ଯଥାଶୀଘ୍ର ଦାବି ପୂରଣ ନହେଲେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ରାଜ୍ୟର ରଙ୍ଗତୂଳୀ କଳାକାର ସଂଘ। ସ୍ୱତନ୍ତ୍ର ରଙ୍ଗତୂଳୀ କଳାକାର କଲ୍ୟାଣ ବୋର୍ଡ ଗଠନ, ବୋର୍ଡ ମାଧ୍ୟମରେ କାମ ଓ ସାମାଜିକ ସୁରକ୍ଷା, ଠିକାଦାର ପ୍ରଥା ସମୂର୍ଣ୍ଣ ବାତିଲ, ୬୦ବର୍ଷରୁ ଉଦ୍ଧ୍ୱର୍ ରଙ୍ଗତୂଳୀ କଳାକାରଙ୍କୁ ପେନସନ ସହାୟତା, ରଙ୍ଗତୂଳୀ କଳାକାରଙ୍କୁ ବିଶ୍ୱକର୍ମା ଯୋଜନାରେ ସାମିଲ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ସୁପାରିଶ କରିବା ଆଦି ୧୨ଦଫା ଦାବିରେ ଲୋୟର ପିଏମଜି ଠାରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଅଲ୍‍ ଓଡ଼ିଶା ପେଣ୍ଟିଙ୍ଗ ଆର୍ଟିଷ୍ଟ ଆସୋସିଏସନ। ସରକାରଙ୍କ ନିକଟରେ ୨୦୧୫ ମସିହାରୁ ସେମାନେ ଦାବି ରଖି ଆସୁଥିଲେ ସୁଦ୍ଧା ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ ହୋଇଛି। ଆଗାମି ଦିନରେ ସରକାର ଯଦି ଏସବୁ ଦାବି ପ୍ରତି ଦୃଷ୍ଟି ନଦିଅନ୍ତି ତେବେ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ସଂଘ ପକ୍ଷରୁ ନିଷ୍ପତି ନିଆଯାଇଛି।

Comments are closed.