www.samajalive.in
Wednesday, December 10, 2025
16.1 C
Bhubaneswar

ଚିଞ୍ଚେଡ ଓ ନୂଆପଡା ପଞ୍ଚାୟତରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ

ଗୁଡଭେଲା :ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁଡଭେଲା ବ୍ଲକ ଚିଞ୍ଚେଡ ଓ ନୂଆପଡା ପଞଚାୟତରେ ବିଜୁ ଜନତା ଦଳ ତରଫରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ବରିଷ୍ଠ ନେତା ନନ୍ଦ ଲାଲ ଜୟସ୍ଵଲ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଗୁଡଭେଲା ବ୍ଲକ ପର୍ଯୟବେକ୍ଷକ ଅଶୋକ ଜେନା , ରାଜେଶ୍ ସରାଫ , ଋଷି ଚନ୍ଦନ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଚିଞ୍ଚେଡ ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ ଓଡିଶା ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଲୋକଙ୍କୁ ବୁଝାଇଥିଲେ।  ପଞ୍ଚାୟତରେ କଣ ସବୁ ବିକାଶ କରାଯାଇଛି , ସେ ସମ୍ପର୍କରେ ଲୋକଙ୍କୁ ଅବଗତ କରି  ପ୍ରତ୍ୟେକ ଘରକୁ ଯାଇ କବାଟରେ ଶଙ୍ଖ ଚିହ୍ନ ପୋଷ୍ଟର ଲଗାଇଥିଲେ । ସେହିପରି ନୂଆପଡା ପଞ୍ଚାୟତରେ ମଧ୍ୟ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ କୁଞ୍ଜ ବିହାରୀ ସାହୁ ଯୋଗ ଦେଇ ପଞ୍ଚାୟତର ବିଭିନ୍ନ ଗାଁରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସୁଦାମ ପଣ୍ଡା, ପ୍ରଦ୍ୟୁମ୍ନ ବାଗ,ଶମ୍ଭୁ ବାରିକ, କୁଳମଣି ସାହୁ,ରିଙ୍କୁ ନାଏକ,ଅମୁଲ୍ୟ ସାହୁ,ରାଜୁ ପଧାନ, ସୁଧାନଷୁ ବେହେରା, ପ୍ରଦୀପ ରଣା,ନିମାଇ ରଣା,ଭରତ ରଣା,ରଧାକାନ୍ତ ମେହେରଙ୍କ ସହ ଗୁଡଭେଲା ବ୍ଳକ ଓ ତୁଷୁରା ଏନଏସିର ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ।

Hot this week

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

Related Articles

Popular Categories