www.samajalive.in
Monday, December 15, 2025
16.1 C
Bhubaneswar

ବାସୁଦେବାୟନ : ଝୁମିଲେ ଦର୍ଶକ, ପ୍ରତିଭାଧର ସମ୍ବର୍ଦ୍ଧିତ

ବାସୁଦେବପୁର : ବାସୁଦେବପୁର ପୈାରପାଳିକା ପକ୍ଷରୁ ଆୟୋଜିତ ବାସୁଦେବାୟନ-୨୦୨୪ ସହରର ଯାଦବପଡିଆ ଠାରେ ଶନିବାର ଚତୁର୍ଥ ସନ୍ଧ୍ୟାରେ ଧୁଧାମରେ ପାଳିତ ହୋଇଯାଇଛି। ମହୋତ୍ସବ କମିଟିର ସଭାପତି ତଥା ପୈାରାଧ୍ୟକ୍ଷା ନିବେଦିତା ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ବିଷ୍ନୁବ୍ରତ ରାଉତରାୟ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଜିଲ୍ଲପାଳ ସିଦେ୍ଧଶ୍ୱର ବଳିରାମ ବୋନ୍ଦର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଠପଲ୍ଲି,ସଦର ଏସଡିପିଓ ସୈାରଭ ଓତା, ଥାନାଧିକାରିଣୀ ଲୋପାମୁଦ୍ରା ନାୟକ ଯୋଗଦେଇଥିଲେ।

ଟେଲିଭିଜନ ତାରକା ଶୋଭନା ମିଶ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ପୈାରାପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସମୀର ଦାସ, ମହୋତ୍ସବ କମିଟିର ସଂପାଦକ ଅସିତକୁମାର ଦାଶ, ମାନସ ସାହୁପ୍ରମୁଖ ସଭା ପରି·ଳନାରେ ସହଯୋଗ କରିଥିଲେ। କ୍ରୀଡା କ୍ଷେତ୍ରରେ ବ୍ରାହଣାଗାଁ ହାଇସ୍କୁଲର ଛାତ୍ରୀମାନଙ୍କ ଜିଲ୍ଲା ସ୍ତରରେ କୃତୀତ୍ୱକୁ ନେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବାସୁଦେବପୁର ଏନଏସିର ପୁର୍ବତନ ଅଧ୍ୟକ୍ଷ ଓ ଅଧ୍ୟକ୍ଷାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

- Advertisement -

ରାଜ୍ୟର ବରିଷ୍ଠ କଳାକାରଙ୍କ ନିଖୁଣ କଳାକୈାଶଳ ଓ କଣ୍ଠସ୍ୱରରେ ଦର୍ଶକ ବିଭୋର ହୋଇପଡୁଥିବା ସ୍ପଷ୍ଟ ଭାବରେ ବାରି ହୋଇପଡୁଥିଲା। ବିଧାୟକ ଶ୍ରୀ ରାଉତରାୟ ଓ ଧର୍ମପତ୍ନୀ ଋତୁପର୍ଣ୍ଣା ରାଉତରାୟଙ୍କ କଣ୍ଠଦାନରେ ବାସୁଦେବାୟନର ଟାଇଟଲ ସଙ୍ଗୀତର ମୂର୍ଚ୍ଛନା ବେଶ ହୃଦୟସ୍ପର୍ଷି ହୋଇଥିଲା। ହଜାର ହଜାର ଦର୍ଶକ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories