ସେକେଣ୍ଡାରୀ ବୋର୍ଡ ହାଇସ୍କୁଲରେ ସ୍କାଉଟ୍ ଓ ଗାଇଡଙ୍କ ଦିକ୍ଷାନ୍ତ ସମାରୋହ ଉତ୍ସବ

ନିଆଳି : ସେକେଣ୍ଡାରୀ ବୋର୍ଡ ହାଇସ୍କୁଲରେ ସ୍କାଉଟ୍ ଓ ଗାଇଡଙ୍କ ଦିକ୍ଷାନ୍ତ ସମାରୋହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଭାରତ ସ୍କାଉଟସର ଜିଲ୍ଲା କମିସନର ତଥା ନିଆଳି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ମହାପାତ୍ର , ଗାଇଡସର ଜିଲ୍ଲା କମିସନର ତଥା କାଜିବଜାର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିରୁପମା ମଲ୍ଲିକ, ଜିଲ୍ଲା ସାଂଗଠାନିକ କମିସନର  ପ୍ରଦୀପ୍ତ କୁମାର ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଅତିଥିଗଣ ସ୍କାଉଟ୍ ଓ ଗାଇଡ୍ ମାନଙ୍କୁ ସ୍କାଉଟସର ଇତିହାସ ଓ କାର୍ଯ୍ୟକଳାପ ବିଷୟରେ ବୁଝାଇଥିଲେ । ପରେ ଜିଲ୍ଲା ଗାଇଡର ରଞ୍ଜିତା ପ୍ରଧାନ ଏବଂ ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ତ୍ରିପାଠୀ ଓ ବିଦ୍ୟାଳୟର ଗାଇଡ୍ ଦାୟିତ୍ଵରେ ଥିବା ଶିକ୍ଷୟିତ୍ରୀ ପ୍ରଭାସିନୀ ଦତ୍ତ ପିଲାଙ୍କୁ ଦୀକ୍ଷା ପ୍ରଦାନ କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। ଦୀକ୍ଷାନ୍ତ ଉତ୍ସବ ଅତ୍ୟନ୍ତ ସୁନ୍ଦର ଭାବରେ ହୋଇପାରିଥିବରୁ ପ୍ରଧାନ ଶିକ୍ଷକ ଶତପଥୀ ରାଜ୍ୟ ସ୍କାଉଟସ ଓ ଗାଇଡସର ମୁଖ୍ୟ କମିସନର ଡ. କାଳି ପ୍ରସାଦ ମିଶ୍ର ଓ ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶିକ୍ଷକ ମଦନ ମୋହନ ବେହେରା ଓ ପ୍ରମୋଦ କୁମାର ପାଲ୍ ପ୍ରମୁଖ ଉତ୍ସବଟିକୁ ପରିଚାଳନା କରିଥିଲେ ।

Comments are closed.