www.samajalive.in
Thursday, December 11, 2025
16.1 C
Bhubaneswar

କମିଶନରେଟ୍‌ ପୁଲିସର ଚେକିଂ ବେଳେ ଧରାପଡିଲେ ୨୧ ମଦୁଆ ଡ୍ରାଇଭର

ଭୁବନେଶ୍ବର: ମଦ ପିଇ ଗାଡି ଚାଳନା ନକରିବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ତଥାପି ମଦୁଆମାନେ ସାବାଡ୍‌ ହେଉନାହାନ୍ତି। ଶନିବାର ରାତିରେ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ କମିଶନରେଟ୍ ପୁଲିସ ଚେକିଂ କରୁଥିବାବେଳେ ୨୧ଜଣ ମଦୁଆ ଡ୍ରାଇଭର ଧରାପଡିଛନ୍ତି। ପୁଲିସ ସେମାନଙ୍କ ବିରୋଧରେ ମାମଲା ରୁଜ୍ଜୁ କରିବା ସହ ୨୧ଟି ଗାଡିକୁ ଜବତ କରିଛି। ଭୁବନେଶ୍ୱରର କଟକ ରୋଡ୍, ନନ୍ଦନକାନନ ରୋଡ୍, ଜନପଥ ରୋଡ୍, ଲୁଇସ୍ ରୋଡ୍, ଖଣ୍ଡଗିରି ରୋଡ୍ ଆଦି ସ୍ଥାନରେ କମିଶନରେଟ୍ ପୁଲିସ ଚେକିଂ କରିଥିଲା। ​‌ଏହି ସମୟରେ କିଛି ଡ୍ରାଇଭର ମଦ ପିଇ ଗାଡି ଚଳାଉଥିବାବେଳେ ପୁଲିସ ହାତରେ ଧରାପଡିଛନ୍ତି।  ତେବେ ଲକ୍ଷ୍ମୀସାଗର ଅଂଚଳରୁ ସର୍ବାଧିକ ୭ ଜଣ ଡ୍ରାଇଭର ଧରାପଡ଼ିଥିବା ବେଳେ ଜଟଣୀ ଅଂଚଳରୁ ୫ ଜଣ, ଖଣ୍ଡଗିରି, ଭରତପୁର, ବଡ଼ଗଡ଼ ଅଂଚଳରୁ ୨ ଜଣ ଲେଖାଏଁ ମଦୁଆ ଡ୍ରାଇଭର ଧରାପଡିଥିବା ସୂଚନା ମିଳିଛି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories