www.samajalive.in
Thursday, December 11, 2025
16.1 C
Bhubaneswar

ନିଶାଶକ୍ତ ପିଶାଚ ବାପାର ନାରକୀୟ କାଣ୍ଡ: ୫ ମାସର ଶିଶୁପୁତ୍ରକୁ କଚାଡି ମାରିଲା

ପଦ୍ମପୁର: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଚେରେଙ୍ଗାଝାଞ୍ଜ ଗାଁରେ ଅଘଟଣ। ୫ ମାସର ଶିଶୁପୁତ୍ରକୁ କଚାଡି ମାରିଲା ବାପା । ଘରୋଇ କଳହକୁ କେନ୍ଦ୍ର କରି ନିଶାଶକ୍ତ ଅବସ୍ଥାରେ ବାପା ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଶନିବାର ରାତିରେ ଅଭିଯୁକ୍ତ ହେମନ୍ତ ଭୁଏ ଘରକୁ ଫେରିବା ପରେ ସ୍ତ୍ରୀ ଟଙ୍କା ନଦେବାରୁ ଗାଳି ଗୁଲଜ  କରିଥିଲେ। ଏହା ପରେ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ଝଗଡା ଏତେ ଉଗ୍ର ରୂପ ନେଇଥିଲା ଯେ ହେମନ୍ତ ଉତ୍ତ୍ୟକ୍ତ ହୋଇ ନିଜ ୫ ମାସର ଶିଶୁପୁତ୍ରକୁ ତଳେ କଚାଡି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଶିଶୁପୁତ୍ରଟିର ମୃତ୍ୟୁ ଘଟିଥିଲା। ପରେ ସ୍ଥାନୀୟ ଲୋକ ଏ ନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ହେମନ୍ତ ଭୁଏଙ୍କୁ ଥାନାରେ ଅଟକ ରଖିବା ସହିତ ଘଟଣାର ତଦନ୍ତ କରୁଛି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories