ଭୁବନେଶ୍ବର: ମଦ ପିଇ ଗାଡି ଚାଳନା ନକରିବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ତଥାପି ମଦୁଆମାନେ ସାବାଡ୍ ହେଉନାହାନ୍ତି। ଶନିବାର ରାତିରେ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ କମିଶନରେଟ୍ ପୁଲିସ ଚେକିଂ କରୁଥିବାବେଳେ ୨୧ଜଣ ମଦୁଆ ଡ୍ରାଇଭର ଧରାପଡିଛନ୍ତି। ପୁଲିସ ସେମାନଙ୍କ ବିରୋଧରେ ମାମଲା ରୁଜ୍ଜୁ କରିବା ସହ ୨୧ଟି ଗାଡିକୁ ଜବତ କରିଛି। ଭୁବନେଶ୍ୱରର କଟକ ରୋଡ୍, ନନ୍ଦନକାନନ ରୋଡ୍, ଜନପଥ ରୋଡ୍, ଲୁଇସ୍ ରୋଡ୍, ଖଣ୍ଡଗିରି ରୋଡ୍ ଆଦି ସ୍ଥାନରେ କମିଶନରେଟ୍ ପୁଲିସ ଚେକିଂ କରିଥିଲା। ଏହି ସମୟରେ କିଛି ଡ୍ରାଇଭର ମଦ ପିଇ ଗାଡି ଚଳାଉଥିବାବେଳେ ପୁଲିସ ହାତରେ ଧରାପଡିଛନ୍ତି। ତେବେ ଲକ୍ଷ୍ମୀସାଗର ଅଂଚଳରୁ ସର୍ବାଧିକ ୭ ଜଣ ଡ୍ରାଇଭର ଧରାପଡ଼ିଥିବା ବେଳେ ଜଟଣୀ ଅଂଚଳରୁ ୫ ଜଣ, ଖଣ୍ଡଗିରି, ଭରତପୁର, ବଡ଼ଗଡ଼ ଅଂଚଳରୁ ୨ ଜଣ ଲେଖାଏଁ ମଦୁଆ ଡ୍ରାଇଭର ଧରାପଡିଥିବା ସୂଚନା ମିଳିଛି।
Popular Categories



