www.samajalive.in
Monday, December 8, 2025
14.1 C
Bhubaneswar

ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

ନବରଙ୍ଗପୁର : ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଉମରକୋଟ ଥାନା ଚିକଲପଦର ନିକଟରେ ଗାଡିଟି ବିଲକୁ ଖସିପଡିଛି। ଦୁର୍ଘଟଣାରେ ସାଂସଦ ଓ ଡ୍ରାଇଭରଙ୍କ ସମେତ ୩ଜଣ ସାମାନ୍ୟ ଆହତ ହୋଇଛନ୍ତି। ଉମରକୋଟ ଡାକ୍ତରଖାନାରେ ଚିକିତ୍ସା ପରେ ସମସ୍ତେ ଘରକୁ ଫେରି ଯାଇଛନ୍ତି। ସୂଚନା ଅନୁସାରେ ସାଂସଦ ଶ୍ରୀ ମାଝୀ ଶନିବାର ବିମାନରେ ଦିଲ୍ଲୀରୁ ଛତିଶଗଡ଼ର ରାୟପୁର ଫେରିଥିଲେ। ସେଠାରୁ ବିଳମ୍ବିତ ରାତିରେ ନିଜ କାର ଯୋଗେ ଉମରକୋଟ ସ୍ଥିତ ନିଜ ବାସଭବନକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପରେ ଘଟଣା ସଂପର୍କରେ ଖବର ପାଇ ଉମରକୋଟ ପୁଲିସ୍ ଓ ସ୍ଥାନୀୟ କିଛି ଲୋକ ପହଞ୍ଚି ସାଂସଦ ଓ ଅନ୍ୟ ଦୁଇ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ଉମରକୋଟ ଡାକ୍ତରଖାନାରେ ଚିକିତ୍ସା ପରେ ସମସ୍ତେ ଘରକୁ ଫେରି ଯାଇଛନ୍ତି। ତେବେ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା , ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନଥିବାବେଳେ ପୁଲିସ ଅଧିକ ଛାନଭିନ୍ ଜାରି ରଖିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories