www.samajalive.in
Tuesday, December 9, 2025
15.1 C
Bhubaneswar

ରବିବାର ସୁଜ୍ଞାନ କୁମାରୀ ଦେଓଙ୍କର ହେବ ଶେଷକୃତ୍ୟ

ଗଞ୍ଜାମ: ରବିବାର ଖଲ୍ଲିକୋଟରେ ଥିବା ରାଜ ପରିବାରର ଶ୍ମଶାନ ଘାଟରେ ଖଲ୍ଲିକୋଟ ତଥା କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଭି.ସୁଜ୍ଞାନ ଦେଓଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ । ରବିବାର ବିଳମ୍ବିତ ରାତିରେ ପାର୍ଥିବ ଶରୀରକୁ ତାଙ୍କ ବାସଭବନକୁ ନିଆଯାଇଥିଲା। ବହୁ ବିଧାୟକ , ମନ୍ତ୍ରୀ , ବରିଷ୍ଠ ବ୍ୟକ୍ତିବିଶେଷ ଏବଂ ସମର୍ଥକ ସେଠାରେ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ରବିବାର ଦିନ ୧୨ଟା ପର୍ଯ୍ୟନ୍ତ ସାଧାରଣ ଲୋକ ତାଙ୍କର ଶେଷ ଦର୍ଶନ କରିପାରିବେ। ଏହା ପରେ ତାଙ୍କ ପାର୍ଥିବ ଶରୀରକୁ ରାଜ ପରିବାରର ଶ୍ମଶାନକୁ ନିଆଯାଇ ଅନ୍ତ୍ୟେଷ୍ଟି କ୍ରିୟା କରାଯିବ।

ଶନିବାର ତାଙ୍କ ମରଶରୀରକୁ ସ୍ୱତନ୍ତ୍ର ବିମାନରେ ଚେନ୍ନାଇରୁ ଭୁବନେଶ୍ୱରକୁ ଅଣାଯାଇଥିଲା। ବିମାନବନ୍ଦରରୁ ତାଙ୍କ ପାର୍ଥିବ ଶରୀରକୁ ପ୍ରଥମେ ବିଜେଡି କାର୍ଯ୍ୟାଳୟ ନିଆଯାଇଥିଲା। ସେଠାରେ ଦଳୀୟ ନେତାମାନେ ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶଙ୍ଖ ଭବନରେ ସୁଜ୍ଞାନ କୁମାରୀ ଦେଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ତାଙ୍କ ପାର୍ଥିବ ଶରୀରକୁ ବିଧାନସଭା ପରିସରକୁ ନିଆଯାଇଥିଲା। ସେଠାରେ ବାଚସ୍ପତି ଓ ବିଧାୟକମାନେ ତାଙ୍କର ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପରେ ତାଙ୍କ ମର ଶରୀରକୁ ଖଲ୍ଲିକୋଟ ଅଭିମୁଖେ ନିଆଯାଇଥିଲା। ରବିବାର ଶେଷକୃତ୍ୟ ସମ୍ପନ୍ନ କରାଯିବା ନେଇ ସୂଚନା ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories