www.samajalive.in
Monday, December 15, 2025
27.1 C
Bhubaneswar

ନଓ୍ୱାଜ ସରିଫ ଏବଂ ଇମରାନ୍‌ ଦୁଇଜଣଙ୍କ ଦାବୀ, ଜିତିଛନ୍ତି – କିଏ ହାତେଇବ ଶାସନ ଭାର !

ଇସଲାମାବାଦ- ପାକିସ୍ତାନର ସାଧାରଣ ନିର୍ବାଚନରେ କୌଣସି ବି ରାଜନୈତିକ ଦଳକୁ ପୂର୍ଣ୍ଣ ବହୁମତ ମିଳିନାହିଁ । ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ଙ୍କ ସମର୍ଥନରେ ଅନେକ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ଜିତିଥିବା କଥା ସେ ଦାବୀ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫ ମଧ୍ୟ ତାଙ୍କ ଦଳ ଅଧିକ ଆସନ ଜିତିଥିବା କଥା କହିଛନ୍ତି । ପାକିସ୍ତାନ ସେନା ଏବେ ନଓ୍ୱାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ ପଦ ଦେବା ପାଇଁ ଚାହୁଛି ।

ସରିଫ ସମସ୍ତ ରାଜନୈତିକ ଦଳ ଏବେ ଏକାଠି ହୋଇ ପାକିସ୍ତାନର ଉନ୍ନତି ପାଇଁ କାମ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ପାକିସ୍ତାନ ସେନା ଚଳିତ ନିର୍ବାଚନରେ ନଓ୍ୱାଜଙ୍କ ପିଏମ୍‌ଏଲ୍‌ ଏନ୍‌କୁ ସମର୍ଥନ କରୁଥିଲା । ନଓ୍ୱାଜ ସରିଫଙ୍କ ଦଳ ମଧ୍ୟ ନିର୍ବାଚନ ଜିତିବ ବୋଲି ଦୃଢ ଆଶାବାଦୀ ଥିଲା । ଇମରାନ୍‌ଙ୍କ ଦଳକୁ ଅସିଦ୍ଧ ଘୋଷଣା କରାଯାଇଥିଲା । ମାତ୍ର ତାଙ୍କ ଦଳ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ୯୨ଟି ଆସନରେ ବିଜୟୀ ହୋଇଛନ୍ତି । ପିଏମ୍‌ଏଲ୍‌ ଏନ୍‌ , ନଓ୍ୱାଜ ସରିଫଙ୍କ ଦଳ ୭୩ଟି ଆସନରେ ବିଜୟ ଲାଭ କରିଛି । ପିପିପି ୫୪ଟି ଏବଂ ଏମ୍‌କ୍ୟୁଏମ୍‌୧୭ଟି ଆସନରେ ଜିତିଛି ।

- Advertisement -

୨୬୫ରୁ ୨୫୫ ଆସନର ଫଳାଫଳ ଘୋଷଣା ହୋଇସାରିଲାଣି । ସରକାର ଗଠନ ପାଇଁ ଗୋଟିଏ ଦଳକୁ ଅତି କମ୍‌ରେ ୧୩୩ଟି ଆସନରେ ବିଜୟ ଲାଭ କରିବା ଦରକାର । ଆଉ ୬୦ ଜଣ ସଦସ୍ୟଙ୍କୁ ଚୟନ କରାଯାଉଥିବାରୁ ୩୩୬ ଆସନ ବିଶିଷ୍ଟ ପାକିସ୍ତାନ ସଂସଦରେ ୧୬୯ ହେଲେ ବହୁସଂଖ୍ୟକ ସରକାର ଗଠନ କରାଯାଇ ପାରିବ ।

ନଓ୍ୱାଜ ସରିଫ ତିନିଥର ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଇଛନ୍ତି । ଏବେ ସେ ସ୍ୱାଧୀନ ଏବଂ ଅନ୍ୟ ଦଳମାନଙ୍କର ସମର୍ଥନରେ ସରକାର ଗଠନ କରିବେ ବୋଲି ଆଶା କରିଛନ୍ତି । ଏବେ ସେ ପିପିପି ନେତା ବିଲଓ୍ୱାଲ ଭୁଟୋ ଏବଂ ତାଙ୍କ ବାପା ଅସିଫ ଅଲି ଭୁଟୋଙ୍କ ସହ ଆଲୋଚନା କରିଛନ୍ତି । ତେବେ ନଓ୍ୱାଜ ସରିଫ ସେନାର ସହାୟତାରେ ସରକାର ଗଠନ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିବା ବେଳେ ଇମରାନ୍‌ ଖାନ୍‌ ମଧ୍ୟ ସରକାର ଗଠନ ପାଇଁ ସଜବାଜ ହେଉଛନ୍ତି ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories