BJD Bijuli 480×75 Mob

ମହିଳା ସଂରକ୍ଷଣ ପ୍ରସଙ୍ଗ ; ରାହୁଲଙ୍କ ସମର୍ଥନ, ଖୁସି ବ୍ୟକ୍ତ କଲେ ନବୀନ

BJD Bijuli 480×75 Mob
0

ଭୁବନେଶ୍ବର : ପାର୍ଲାମେଣ୍ଟ ଏବଂ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେବା ସହିତ ଏଥିପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଥିବାବେଳେ ଏଭଳି ଅଭିଯାନକୁ ଏଆଇସିସି ଅଧ୍ୟକ୍ଷ ରାହୁଳ ଗାନ୍ଧି ସମର୍ଥନ କରିଥିବାରୁ ଏଥିନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ମହିଳାଙ୍କ ପାଇଁ ସଂରକ୍ଷଣ ପ୍ରସ୍ତାବକୁ ରାହୁଳ ଗାନ୍ଧୀ ସମର୍ଥନ କରିଥିବାରୁ ସେ ଖୁସି। ଏଥିସହିତ ଅନ୍ୟାନ୍ୟ ଦଳଗୁଡ଼ିକ ଏହାକୁ ସମର୍ଥନ କରିବେ ବୋଲି ସେ ଆଶାବାଦୀ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମହିଳାଙ୍କ ପାଇଁ ପାର୍ଲାମେଣ୍ଟ ଓ ବିଧାନସଭାରେ ୩୩ପ୍ରତିଶତ ଆସନ ସଂରକ୍ଷଣ ପ୍ରସ୍ତାବକୁ ସମର୍ଥନ କରିବା ପାଇଁ ଗତ ୬ତାରିଖରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଥିଲେ। ଏହାକୁ ସମର୍ଥନ କରି ରାହୁଳ ଗାନ୍ଧୀ କଂଗ୍ରେସ ଶାସିତ ରାଜ୍ୟ ଓ କଂଗ୍ରେସ ସହିତ ମେଣ୍ଟରେ ଥିବା ରାଜ୍ୟ ସରକାରଙ୍କ ନିକଟକୁ ଚିଠି ଲେଖି ଲୋକସଭ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ନିମନ୍ତେ ସଂକଳ୍ପ ଆଣିବା ପାଇଁ ପରାମର୍ଶ ଦେଇଥିଲେ। ଓଡ଼ିଶା ବିଧାନସଭାରେ ଏ ସଂକ୍ରାନ୍ତରେ ସଂକଳ୍ପ ପାରିତ ହୋଇସାରିଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସଂରକ୍ଷଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଚିଠି ଲେଖିଥିଲେ।

Leave A Reply